Advertisment

୪୫ ବର୍ଷ ଧରି ପାହାଡ଼ ଉପରେ ଚାଲିଛି ସରକାରୀ ସ୍କୁଲ, ଯିବାକୁ ରାସ୍ତା ନାହିଁ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ସରକାରୀ ସ୍କୁଲ, ତା’ ପୁଣି ୪୫ ବର୍ଷରୁ ଅଧିକ। କିନ୍ତୁ ଏପର୍ଯ୍ୟନ୍ତ ସ୍କୁଲକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। କାରଣ ସ୍କୁଲଟି ପାହାଡ଼ ଉପରେ ଅବସ୍ଥାପିତ। ଯେଉଁ କାରଣରୁ ଶିକ୍ଷକ ଓ ପିଲାମାନେ ପାହାଡ଼ ଦେଇ ଚାଲି ଚାଲି ସ୍କୁଲକୁ ଯିବା ଆସିବା କରୁଛନ୍ତି। ଏତେ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ଏମାନଙ୍କ ଉପରେ ପଡୁନାହିଁ। ଆମେ କହୁଛୁ କୋରାପୁଟ […]

author-image
Ranjit Kumar Jena
୪୫ ବର୍ଷ ଧରି ପାହାଡ଼ ଉପରେ ଚାଲିଛି ସରକାରୀ ସ୍କୁଲ, ଯିବାକୁ ରାସ୍ତା ନାହିଁ

koraput

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ସରକାରୀ ସ୍କୁଲ, ତା’ ପୁଣି ୪୫ ବର୍ଷରୁ ଅଧିକ। କିନ୍ତୁ ଏପର୍ଯ୍ୟନ୍ତ ସ୍କୁଲକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। କାରଣ ସ୍କୁଲଟି ପାହାଡ଼ ଉପରେ ଅବସ୍ଥାପିତ। ଯେଉଁ କାରଣରୁ ଶିକ୍ଷକ ଓ ପିଲାମାନେ ପାହାଡ଼ ଦେଇ ଚାଲି ଚାଲି ସ୍କୁଲକୁ ଯିବା ଆସିବା କରୁଛନ୍ତି। ଏତେ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ଏମାନଙ୍କ ଉପରେ ପଡୁନାହିଁ। ଆମେ କହୁଛୁ କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ବ୍ଲକର ହାଟଗୁଡ଼ା କଥା। ୧୯୭୫ ମସିହାରେ ଏହି ସ୍କୁଲର ପ୍ରତିଷ୍ଠା ହୋଇଥିଲା।

Advertisment

ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀର ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି। ଆଜି ପର୍ଯ୍ୟନ୍ତ ଏହି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମସ୍ତେ ପାହାଡ ଚଢି ସ୍କୁଲକୁ ଆସିଥାନ୍ତି। କାରଣ ପାହାଡ଼ ଶିଖରରେ ସରକାର ସ୍କୁଲ ଟିଏ ଖୋଲିଦେଲେ। ହେଲେ ବିଦ୍ୟାଳୟକୁ ଯିବାକୁ ରାସ୍ତା ଟିଏ କରିବାକୁ ଭୁଲି ଗଲେ। ପାହାଡ଼ ଉପରେ ସ୍କୁଲ ଥିବାରୁ ବିଦ୍ୟୁତ ଯୋଗାଣ ମଧ୍ୟ ଶ୍ରେଣୀ ଗୃହରେ ନାହିଁ। ବିଦ୍ୟୁତ ନଥିବାରୁ ପିଲାମାନେ କମ୍ପ୍ୟୁଟର ଓ ଲ୍ୟାବ ଯନ୍ତ୍ରପାତି ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏପରିକି ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ସ୍କୁଲ୍ ପରିସରରେ ପିଲାଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହୋଇନି।

ଆଗକୁ ସ୍କୁଲରେ ଯୁକ୍ତ ଦୁଇ ଖୋଲିବା ନେଇ ମଧ୍ୟ ଯୋଜନା କରାଯାଉଛି। ଯଦି ଏପରି ଅବ୍ୟବସ୍ଥା ଆଗକୁ ଲାଗି ରହେ ତେବେ ହୁଏତ, ଏହି ଅଞ୍ଚଳର ପିଲାଙ୍କ ସ୍ୱପ୍ନକୁ ଚୁରମାର କରିଦେବ। ସେପଟେ ସ୍କୁଲର ଏପରି ଅବସ୍ଥାରେ ପ୍ରଧାନଶିକ୍ଷକ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିଆସୁଛନ୍ତି। ଏ ନେଇ ସ୍ଥାନୀୟ ବିଧାୟକ ଖୁବ ଶୀଘ୍ର ସ୍କୁଲ ର ସମସ୍ୟାର ସମାଧାନ କରାଯିବ ବୋଲି କହୁଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

Advertisment

ସମାଜ ନିଜ ପିଲାମାନଙ୍କୁ ଶିକ୍ଷା ପାଇଁ ଉପଯୋଗୀ ପରିବେଶ ଭାବରେ ଦେବାର ସଂକଳ୍ପ ନେଇଥିବା ବେଳେ କୋରାପୁଟ ଜିଲ୍ଲାରେ ରାସ୍ତା, ଜଳ, ବିଦ୍ୟୁତ୍ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ଶ୍ରେଣୀ ଗୃହ ନଥିବା ଏକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହେବା ଉଚିତ ନୁହେଁ ବୋଲି ସ୍ଥାନୀୟ ଲୋକ ଅନୁଭବ କରିଛନ୍ତି।