କୋଭିଡ୍ ମୃତ୍ୟୁ : ୫ ଲକ୍ଷ ଟଙ୍କା ଲେଖାଏଁ ତଣ୍ଡ ଗଣିବେ ଓଡ଼ିଶା ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁର୍ଲାସ୍ଥିତ ଭୀମସାର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଜନିତ ଅବହେଳା ଯୋଗୁ କୋଭିଡ-୧୯ରେ ପ୍ରାଣ ହରାଇଥିବା ୨ଜଣ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଓ ଅନ୍ୟ ୧୧ଜଣଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁଙ୍କ ଦ୍ୱାରା ଦାଖଲ ରିପୋର୍ଟ ଆଧାରରେ ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ମଇ ୨ତାରିଖ ସୁଦ୍ଧା ଏହି ପୀଡ଼ିତମାନଙ୍କୁ କ୍ଷତିପୂରଣ ଅର୍ଥ […]

covid death

covid death

Ordigital Desk
  • Published: Wednesday, 23 March 2022
  • Updated: 23 March 2022, 09:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁର୍ଲାସ୍ଥିତ ଭୀମସାର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଜନିତ ଅବହେଳା ଯୋଗୁ କୋଭିଡ-୧୯ରେ ପ୍ରାଣ ହରାଇଥିବା ୨ଜଣ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଓ ଅନ୍ୟ ୧୧ଜଣଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁଙ୍କ ଦ୍ୱାରା ଦାଖଲ ରିପୋର୍ଟ ଆଧାରରେ ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ମଇ ୨ତାରିଖ ସୁଦ୍ଧା ଏହି ପୀଡ଼ିତମାନଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରି ସେହିଦିନ ବିସ୍ତୃତ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲାର ଜ୍ଞାନଦତ୍ତ ଚୌହାନ ନାମକ ଜଣେ ବ୍ୟକ୍ତି ୨୦୨୧ ମଇ ୨୩ତାରିଖରେ ଏକ ଇ-ମେଲ୍ ମାଧ୍ୟମରେ ଭୀମସାରରେ କୋଭିଡ୍ ରୋଗୀଙ୍କୁ ଚିକିତ୍ସାରେ କିଭଳି ଅବହେଳା କରାଯାଉଛି ସେ ନେଇ ଅଭିଯୋଗ କରିଥିଲେ । ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ଅବହେଳାକୁ ମଧ୍ୟ ଉଜାଗର କରିଥିଲେ। ବରଗଡ଼ ଜିଲ୍ଲାର ଅନ୍ୟ ୯ଜଣ ମଧ୍ୟ ସେମାନଙ୍କର ସମ୍ପର୍କୀୟମାନଙ୍କୁ ଭୀମସାର ହସ୍ପିଟାଲରେ କୋଭିଡ୍ ୧୯ ଚିକିତ୍ସା ପ୍ରଦାନରେ ହୋଇଥିବା ଅବହେଳା ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥୋ ୨୦୨୧ ଜୁଲାଇ ୭ତାରିଖରେ ମାମଲାର ତଦନ୍ତ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରା ୩ଜଣିଆ କମିଟି ଗଠନ ହୋଇ ଅଭିଯୋଗର ତଦନ୍ତ କରିଥିଲେ ମଧ୍ୟ ହସ୍ପିଟାଲକୁ କ୍ଲିନଚିଟ୍ ଦେଇଥିଲେ । ମାତ୍ର ହାଇକୋର୍ଟ ପରେ ଏହାର ତଦନ୍ତ ଭାର ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ନାଇଡୁଙ୍କୁ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story