କୁଚିଣ୍ଡା: ପ୍ରେମୀ ଯୁଗଳଙ୍କୁ ଫେରାର କରାଇଥିବା ସନ୍ଦେହରେ ଜଣଙ୍କ ଘର ପୋଡ଼ି, ୨ ଗିରଫ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଳା କୁଚିଣ୍ଡା ଥାନା ତବଲାକଟା ଗାଁରେ ଏକ ପ୍ରେମୀ ଯୁଗଳଙ୍କୁ ଫେରାର ହେବାରେ ସହଯୋଗ ସନ୍ଦେହରେ ଜଣଙ୍କ ଘର ପୋଡ଼ି ଦିଆଯାଇଛି। ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇ ଜଣ ଫେରାର ଅଛନ୍ତି। ପୋଲିସ୍ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି।  ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ତବଲାକଟା ଗାଁର ଅର୍ଜୁନ ବେହେରାଙ୍କ ଭଉଣୀ କିଛି ଦିନ ତଳେ ତା’ ପ୍ରେମିକ ସହିତ ଫେରାର ହୋଇଯାଇଛି। […]

gharapodi

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 04:22 AM IST

କୁଚିଣ୍ଡା: ସମ୍ୱଲପୁର ଜିଲ୍ଳା କୁଚିଣ୍ଡା ଥାନା ତବଲାକଟା ଗାଁରେ ଏକ ପ୍ରେମୀ ଯୁଗଳଙ୍କୁ ଫେରାର ହେବାରେ ସହଯୋଗ ସନ୍ଦେହରେ ଜଣଙ୍କ ଘର ପୋଡ଼ି ଦିଆଯାଇଛି। ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇ ଜଣ ଫେରାର ଅଛନ୍ତି। ପୋଲିସ୍ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି।

 ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ତବଲାକଟା ଗାଁର ଅର୍ଜୁନ ବେହେରାଙ୍କ ଭଉଣୀ କିଛି ଦିନ ତଳେ ତା’ ପ୍ରେମିକ ସହିତ ଫେରାର ହୋଇଯାଇଛି। ସେମାନଙ୍କୁ ଫେରାର ହେବାରେ ଗାଁର ଜଗା ନାଏକ ସାହାଯ୍ୟ କରିଥିବା ସନ୍ଦେହରେ ତାଙ୍କ ଘର ପୋଡ଼ି ଦେଇଛନ୍ତି ଅର୍ଜୁନ ଓ ତାଙ୍କର କିଛି ବନ୍ଧୁ। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଜଗାର ଛପର ଘର ଅର୍ଦ୍ଧାଧିକ ଭାଗ ଜଳି ଯାଇଛି। ଧାନ,ଚାଉଳ ସହିତ ଆଉ କିଛି ଜିନିଷପତ୍ର ମଧ୍ୟ ପୋଡ଼ି ଯାଇଛି। ଏପରିକି ସେମାନେ ଘରୁ ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି।

ଜଗା ଏନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କୁଚିଣ୍ଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର କହିଛନ୍ତି।

Related story