’ମିଶନ ଉଦ୍ଧାର’କୁ ମାଡ଼, ଦାଦନ ଚାଲାଣ ପାଇଁ ପୁଲିସ ନେଉଛି ଲାଞ୍ଚ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗୋଟିଏ ପଟେ ବଲାଙ୍ଗିର ଏସ୍‌ପିଙ୍କ ନେତୃତ୍ୱରେ ’ମିଶନ ଉଦ୍ଧାର’ ମାଧ୍ୟମରେ ବେଆଇନ ଭାବେ ଦାଦନ ଚାଲାଣ ରୋକା ଯାଉଥିବା ବେଳେ ଅନ୍ୟପଟେ ତୁରେକେଲା ଥାନାର ସବ୍‌ ଇନସପେକ୍ଟର ଦାଦନ ଚାଲାଣରେ ସହଯୋଗ କରିବା ପାଇଁ ସର୍ଦ୍ଦାରଠୁ ନେଉଛନ୍ତି ମୋଟା ଅଙ୍କର ଲାଞ୍ଚ। କହିବାକୁ ଗଲେ ପୁଲିସ ଡାହାଣୀ ହୋଇ ଲାଗୁଛି, ଗୁଣିଆ ହୋଇ ଝାଡ଼ୁଛି। ଏସ୍‌ଆଇଙ୍କ ଲାଞ୍ଚ ନେବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୁଲିସ […]

police

police

Tapaswini Nayak
  • Published: Wednesday, 02 November 2022
  • Updated: 02 November 2022, 01:33 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗୋଟିଏ ପଟେ ବଲାଙ୍ଗିର ଏସ୍‌ପିଙ୍କ ନେତୃତ୍ୱରେ ’ମିଶନ ଉଦ୍ଧାର’ ମାଧ୍ୟମରେ ବେଆଇନ ଭାବେ ଦାଦନ ଚାଲାଣ ରୋକା ଯାଉଥିବା ବେଳେ ଅନ୍ୟପଟେ ତୁରେକେଲା ଥାନାର ସବ୍‌ ଇନସପେକ୍ଟର ଦାଦନ ଚାଲାଣରେ ସହଯୋଗ କରିବା ପାଇଁ ସର୍ଦ୍ଦାରଠୁ ନେଉଛନ୍ତି ମୋଟା ଅଙ୍କର ଲାଞ୍ଚ। କହିବାକୁ ଗଲେ ପୁଲିସ ଡାହାଣୀ ହୋଇ ଲାଗୁଛି, ଗୁଣିଆ ହୋଇ ଝାଡ଼ୁଛି। ଏସ୍‌ଆଇଙ୍କ ଲାଞ୍ଚ ନେବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୁଲିସ ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

ତୁରେକେଲା ଥାନାର ସବ୍‌ ଇନସପେକ୍ଟର ଦୀପକ ଡୁଙ୍ଗଡୁଙ୍ଗ ବେଆଇନ ଶ୍ରମିକ ଚାଲାଣରେ ସହଯୋଗ ପାଇଁ ଝରନି ଗାଁର ସର୍ଦ୍ଦାର ନରେନ୍ଦ୍ର ବଚ୍ଛାଙ୍କ ପାଖରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୁଲିସ ବାବୁ ଲାଞ୍ଚ ନେଉଥିବା ସ୍ଥାନରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିଲା। ଏବେ ଏହି ସିସିଟିଭି ଫୁଟେଜଟି ଭାଇରାଲ ହେବାପରେ ପୁଲିସ ବାବୁଙ୍କ କଳା କରାନାମା ସାମ୍ନାକୁ ଆସିଥିଲା। ପୁଲିସ ବାବୁ ବେଆଇନ ଦାଦନ ଚାଲାଣରେ ସହଯୋଗ ପାଇଁ ଲାଞ୍ଚ ଟଙ୍କା ନେଉଥିବା ସର୍ଦ୍ଦାର ନିଜେ ମଧ୍ୟ ସ୍ୱୀକାର କରିଛି।

ସର୍ଦ୍ଦାର ନରେନ୍ଦ୍ର ବଚ୍ଛାଙ୍କ କହିବା ଅନୁସାରେ, ଏଇଟା ନୂଆକଥା ନୁହେଁ। ଆମେ ସବୁବେଳେ ବେଆଇନ ଦାଦନ ଶ୍ରମିକ ଚାଲାଣ ପାଇଁ ବିଭିନ୍ନ ଥାନାକୁ ପଇସା ଦେଇଥାଉ।

ଅନ୍ୟପଟରେ ଲାଞ୍ଚ ନେଇଥିବା ପୁଲିସ ବାବୁ ରହସ୍ୟଜନକ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଏହା ମିଛ କଥା। ସେ ମୋ ପାଖରୁ ଉଧାର ନେଇଥିବା ଟଙ୍କା ଫେରାଉଥଲେ। ପୁଲିସ ବାବୁଙ୍କ ଏହି ଲାଞ୍ଚ ନେବା ଭିଡିଓ ଭାଇରାଲ ହେବାପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଏସ୍‌ଆଇଙ୍କ ଲାଞ୍ଚ ନେବା ଭିଡିଓ ଭାଇରାଲ ହେବାପରେ ତାଙ୍କୁ ବଦଳି କରିଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର। ଏସ୍‌ଆଇଙ୍କୁ  ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏସ୍‌ଆଇଙ୍କ ଲାଞ୍ଚ ନେବା ଘଟଣାର  ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଏସ୍‌ପି। ଏହାସହ ଜଣେ ଡିଏସ୍‌ପି ପାହ୍ୟାର ଅଫିସର ତଦନ୍ତ କରିବେ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story