ଏନଟିପିସି ଆଗରେ ବିବାହିତାଙ୍କ ଗର୍ଜନ- ‘ପୁଅଙ୍କୁ ଦେଲ, ଆମକୁ ବି ଦିଅ’

ସୁନ୍ଦରଗଡ଼(ବିଜୟ ବରୁଆଁ): “ଆମର ଘର ଗଲା, ଭିଟାମାଟି ଗଲା। ହେଲେ ଝିଅ ହିସାବରେ ଆମେ କିଛି ପାଇଲୁନି । ଆମକୁ ଆମ ନାର୍ଯ୍ୟ ହକ୍‌ ମିଳୁ। ପୁଅଙ୍କୁ ପୂରା ମିଳିଥିବା ବେଳେ ଆମକୁ କ’ଣ ପାଇଁ ମିଳିବନି।  ବିବାହ କରିଥିବାରୁ ଆମେ ଏହି ସୁବିଧାରୁ ବଞ୍ଚିତ ହେଉଛୁ। ଏନଟିପିସି ପକ୍ଷରୁ ଆମ ପରି କିଛି ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆମ ପ୍ରତି କାହିଁକି ପାତରଅନ୍ତର ନୀତି ଆପଣା ଯାଉଛି। ଆମକୁ ମଧ୍ୟ ଆମ […]

protest

protest

Niharika Rout
  • Published: Saturday, 18 December 2021
  • Updated: 18 December 2021, 02:10 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆଁ): “ଆମର ଘର ଗଲା, ଭିଟାମାଟି ଗଲା। ହେଲେ ଝିଅ ହିସାବରେ ଆମେ କିଛି ପାଇଲୁନି । ଆମକୁ ଆମ ନାର୍ଯ୍ୟ ହକ୍‌ ମିଳୁ। ପୁଅଙ୍କୁ ପୂରା ମିଳିଥିବା ବେଳେ ଆମକୁ କ’ଣ ପାଇଁ ମିଳିବନି।  ବିବାହ କରିଥିବାରୁ ଆମେ ଏହି ସୁବିଧାରୁ ବଞ୍ଚିତ ହେଉଛୁ। ଏନଟିପିସି ପକ୍ଷରୁ ଆମ ପରି କିଛି ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆମ ପ୍ରତି କାହିଁକି ପାତରଅନ୍ତର ନୀତି ଆପଣା ଯାଉଛି। ଆମକୁ ମଧ୍ୟ ଆମ ହକ୍‌ ମିଳୁ। ହକ୍‌ ପାଇଁ ଆମେ ଲଢ଼ିବୁ।” ଏପରି ଗର୍ଜନ କରି ସୁନ୍ଦରଗଡ଼ ଜିଲ୍ଲା ଡୁଲିଙ୍ଗାରେ ଏନଟିପିସିର କୋଇଲା ଖଣିରେ ବିସ୍ଥାପିତ ମହିଳାମାନେ କ୍ଷତିପୂରଣ ଦାବିରେ ଆଜି ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏନଟିପିସି ପକ୍ଷରୁ ୨୦୦୬ ମସିହାରେ କୋଇଲା ଖଣି ନିମନ୍ତେ ଜାଗା ଚିହ୍ନଟ କରାଯାଇ ସର୍ଭେ କାମ ଆରମ୍ଭ ହୋଇଥିଲା। ହେଲେ ୨୦୧୪ ମସିହାରେ ନୋଟିଫିକେସନ ଜାରି କରାଯାଇ ଜମି ଅଧିଗ୍ରହଣ କାମ ଆରମ୍ଭ ହେଲା। ଏହାପରେ ନିୟମ ଅନୁଯାୟୀ ଜମିହରାଙ୍କୁ କ୍ଷତିପୂରଣ ଦିଆଗଲା। ଏହାମଧ୍ୟରେ ଏନଟିପିସି ଦ୍ୱାରା ଅଧିକୃତ ହୋଇଥିବା ଗାଁର ୩୪ ମହିଳା ଯେଉଁମାନେ ୨୦୧୪ ମସିହା ପରେ ବିବାହ କରିଥିଲେ ସେମାନେ ମଧ୍ୟ କ୍ଷତିପୂରଣ ଦାବି କଲେ। ଏଥିନିମନ୍ତେ ସେମାନେ ଆନ୍ଦୋଳନକୁ ବି ଓହ୍ଲାଇଲେ। ଏହାପରେ କମ୍ପାନୀ ପକ୍ଷରୁ ସେମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା।

ଏହାକୁ ନେଇ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୨୦୦୬ ମସିହା ପରେ ବିବାହ କରିଥିବା ସମ୍ପୃକ୍ତ ଗାଁର ମହିଳାମାନେ। ଆମ ଗାଁର ଅଧା ଝିଅ କ୍ଷତିପୂରଣ ପାଇଥିବା ବେଳେ ଆମେ କ’ଣ ପାଇଁ ବଞ୍ଚିତ ହେବୁ। ଆମକୁ ବି କ୍ଷତିପୂରଣ ବାବଦ ଅର୍ଥ ମିଳୁ ଦାବି କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ମହିଳା।

[caption id="attachment_699977" align="aligncenter" width="650"]protest କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମହିଳାଙ୍କ ସମାବେଶ।[/caption]

ଏହି ମହିଳାମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଆଜି ଏନଟିପିସିର କୋଇଲା ଖଣିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଏଥିଯୋଗୁ ଡୁଲିଙ୍ଗା କୋଇଲା ଖଣି ଅଞ୍ଚଳରେ  ପରିବହନ ଓ ଉତ୍ତୋଳନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଏନେଇ ଆନ୍ଦୋଳନକାରୀ ମହିଳା କହିଛନ୍ତି, ଆମେ ଏହି ଗାଁର ଝିଅ। ଆମର ଘର ଗଲା, ଭିଟାମାଟି ଗଲା। ହେଲେ କିଛି ପାଇଲୁନି ।  ଆମକୁ ସେହି ହିସାବରେ ହକ୍‌ ମିଳୁ। ଆମେ ଅନ୍ୟତ୍ର ବିବାହ ହୋଇ ଯାଇଥିବାରୁ ଏଥିରୁ ବଞ୍ଚିତ ହୋଇଛୁ। କିଛି ଝିଅ ବିବାହ କରି ସାରି  ବି କ୍ଷତିପୂରଣ ପାଇଛନ୍ତି। ତେଣୁ ଆମକୁ ମଧ୍ୟ ଆମ ହକ୍‌ ମିଳୁ।

ଏନେଇ ଅନ୍ୟ ଜଣେ ମହିଳା କହିଛନ୍ତି, ବିବାହ ହୋଇଯିବା ପରେ ବହୁ ଝିଅଙ୍କ ନାଁ କଟି ଯାଇଥିଲା। ହେଲେ ପୁଣି ସେମାନଙ୍କ ନାଁକୁ ଲିଷ୍ଟରେ ପଶାଇ କ୍ଷତିପୂରଣ ଦିଆଗଲା। ତେଣୁ ଆମକୁ କ’ଣ ପାଇଁ ଦେବେନି। କ୍ଷତିପୂରଣ ନ ମିଳିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ ।

ସେପଟେ କମ୍ପାନି ନିଜର ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ ହୋଇଛି ବୋଲି କହିଛନ୍ତି ଏଟିପିସିର ଏଜିଏମ୍ ।

ଏହି ଆନ୍ଦୋଳନ କେଉଁ ରୂପ ନେଉଛି ଓ ବିକ୍ଷୋଭକାରୀଙ୍କୁ ମନାଇବାକୁ ସରକାର ଓ କମ୍ପାନୀ କେଉଁ ପଦକ୍ଷେପ ନେବେ ନା ତାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇବେ ତାହା ଭବିଷ୍ୟତରେ ଜଣାପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story