ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ନିଖୋଜ ଡାକ୍ତରାଣୀ ସଂଘମିତ୍ରା ମିଶ୍ରଙ୍କ ମୃତଦେହ ଏକ କୂଅରୁ ମିଳିଛି। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ଆଜି ସଂଧ୍ୟାରେ ଘର ପରିସରରେ ଥିବା ଏକ କୂଅ ପାଖରେ ସଂଘମିତ୍ରାଙ୍କ ଚପଲ ଦେଖି ସନ୍ଦେହରେ ପଡିଥିଊଲେ। ପୋଲିସକୁ ଖବର ଦିଅଯାଇଥିଲା। ଦମକଳବାହିନୀ ସହାୟତାରେ ସଂଘମିତ୍ରାଙ୍କ ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଛି । ତେବେ କେଉଁ ପରିସ୍ଥିତିରେ ସଂଘମିତ୍ରା କୂଅରେ ପଡ଼ିଲେ ସେ ନେଇ ପୋଲିସ୍ ତନାଘନା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।