ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ଆହତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇଣ୍ଡ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ନାଁ ନୀଲା ଉଦ୍ଦେ।  ବିଜାପୁର ଜିଲ୍ଲା ହସ୍‌ପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଛି।

ବିଜାପୁର ଥାନା ଅନ୍ତର୍ଗତ ମନକେଲି ଗାଁ ନିକଟସ୍ଥ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି ଯବାନମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଏହି ସମୟ ନକ୍ସଲ ବିଛାଇଥିବା ଲ୍ୟାଣ୍ଡମାଇନଟି ହଠାତ୍‌ ବିସ୍ଫୋରଣ କରିଥିଲା। ଫଳରେ ନୀଲା ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବିଜାପୁର ଜିଲ୍ଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୀଲା ସୁସ୍ଥ ଥିବା ଜଣାପଡ଼ିଛି।