‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ ଆମେ ସାଧାରଣ ଲୋକ, ଆମକୁ କ୍ଷମା କରନ୍ତୁ। ମୋ ଭାଇର ଯଦି କିଛି ଭୁଲ ହୋଇଛି, ତାହା ସେ ଅଜାଣତରେ କରିଛି, ମୁଖ୍ୟମନ୍ତ୍ରୀ ତାକୁ କ୍ଷମା କରି ଦିଅନ୍ତୁ।” କୋହ ଭରା କଣ୍ଠରେ ଏପରି କହିଛନ୍ତି ଭାଇରାଲ ଅଡିଓ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରାଙ୍କ ସାନ ଭାଇ। ରାତି ଅଧିଆ ଲକ୍ଷ୍ମୀକାନ୍ତଙ୍କୁ ଗିରଫ କରାଯିବା ପରେ ଭୟରେ ଥରୁଛି ପୂରା ପରିବାର। ପୁଅର ଗିରଫଦାରୀ ପରେ ଲକ୍ଷ୍ମୀକାନ୍ତଙ୍କ ବାପା ଶଯ୍ୟାଶାୟୀ ହୋଇ […]

laxmi

laxmi

Niharika Rout
  • Published: Tuesday, 11 August 2020
  • Updated: 11 August 2020, 02:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ ଆମେ ସାଧାରଣ ଲୋକ, ଆମକୁ କ୍ଷମା କରନ୍ତୁ। ମୋ ଭାଇର ଯଦି କିଛି ଭୁଲ ହୋଇଛି, ତାହା ସେ ଅଜାଣତରେ କରିଛି, ମୁଖ୍ୟମନ୍ତ୍ରୀ ତାକୁ କ୍ଷମା କରି ଦିଅନ୍ତୁ।” କୋହ ଭରା କଣ୍ଠରେ ଏପରି କହିଛନ୍ତି ଭାଇରାଲ ଅଡିଓ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରାଙ୍କ ସାନ ଭାଇ।

ରାତି ଅଧିଆ ଲକ୍ଷ୍ମୀକାନ୍ତଙ୍କୁ ଗିରଫ କରାଯିବା ପରେ ଭୟରେ ଥରୁଛି ପୂରା ପରିବାର। ପୁଅର ଗିରଫଦାରୀ ପରେ ଲକ୍ଷ୍ମୀକାନ୍ତଙ୍କ ବାପା ଶଯ୍ୟାଶାୟୀ ହୋଇ ପଡ଼ିଥିବା ବେଳେ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନାହିଁ । ପରିବାର ସଦସ୍ୟ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ବେଳେ ସାନ ପିଲାମାନେ ଭୟଭୀତ ରହୁଛନ୍ତି। ପୁଲିସ୍‌କୁ ଦେଖିଲେ ଡରରେ ଘରେ ପଶି ଯାଉଛନ୍ତି।

୨ ବର୍ଷ ତଳେ ଲକ୍ଷ୍ମୀକାନ୍ତଙ୍କ ୧୬ ବର୍ଷ ପୁଅର ଅକାଳ ମୃତ୍ୟୁ ଘଟିଥିଲା । ସେବେଠାରୁ ପରିବାରର ସମସ୍ତ  ସଦସ୍ୟ ଗଭୀର ମନସ୍ତାପରେ ରହିଛନ୍ତି।  ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ। ହେଲେ ଏବେ ହଠାତ ଲକ୍ଷ୍ମୀକାନ୍ତଙ୍କୁ ଗିରଫ କରାଯିବା ପରେ ପୂରା ପରିବାର ଉପରେ ଚଡ଼କ ପଡ଼ିଛି।

ଲକ୍ଷ୍ମୀକାନ୍ତଙ୍କ ସାନ ଭାଇ କୋହ ଭରା କଣ୍ଠରେ କହିଛନ୍ତି “ମୁଖ୍ୟମନ୍ତ୍ରୀ ଆମକୁ କ୍ଷମା କରି ଭାଇକୁ ଛାଡ଼ିଦିଅନ୍ତୁ । ଭାଇରାଲ ଉଦ୍ଦେଶ୍ୟରେ ନୁହେଁ, ସାଙ୍ଗକୁ ସେ ନିଜ ଅନୁଭୂତି କହିଥିଲେ। ମୁଖ୍ୟମନ୍ତ୍ରୀ ଯଦି ଭାବୁଛନ୍ତି ଭୁଲ୍ ହୋଇଛି, ତେବେ କ୍ଷମା କରିଦିଅନ୍ତୁ”।

ଲକ୍ଷ୍ମୀକାନ୍ତଙ୍କ ଭାଈବୋହୂ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ମାନସିକ ଚାପରେ ଥିବା ବେଳେ କହିଛନ୍ତି , “ଆମେ ତାଙ୍କୁ ଭେଟିବାକୁ ଯାଇଥିଲୁ, ଭେଟି ପାରିଲୁନି। ସେ ସାଙ୍ଗଙ୍କୁ ନିଜ ଅନୁଭୂତି କହୁଥିଲେ, ତାଙ୍କ ସାଙ୍ଗ ଏପରି ଭାଇରାଲ କରିଦେବେ ବୋଲି ଆମେ ଭାବିନଥିଲୁ।  ମୋ ଦେଢ଼ଶୁର ଯଦି ଭୁଲ କରିଛନ୍ତି, ତାଙ୍କୁ କ୍ଷମା କରନ୍ତୁ। ଛୁଆ ପିଲା ସମସ୍ତେ ଡରିକି ରହିଛୁ। ତାଙ୍କ ସ୍ତ୍ରୀ ବି ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଆମର ଭୁଲ ହୋଇଛି, କ୍ଷମା ମାଗୁଛୁ। ”

ସୂଚନାଯୋଗ୍ୟ, ଗିରଫ ଲକ୍ଷ୍ମୀକାନ୍ତ ବେହେରାଙ୍କ ଗିରଫଦାରୀ ପରେ ତାଙ୍କ ଘରେ ପହଞ୍ଚିଲା ବିଜେପି ଟିମ୍। ବିଜେପି ନେତା ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂହ ପହଞ୍ଚି ଲକ୍ଷ୍ମୀକାନ୍ତଙ୍କ ପରିବାର ସଦସ୍ୟଙ୍କୁ ପ୍ରବୋଧନା ଦେବା ସହ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଛନ୍ତି। ସରକାର ଏତେ ପ୍ରତିକ୍ରିୟାଶୀଳ କାହିଁକି ହେଉଛି ପ୍ରଶ୍ନ କଲେ ଜଗନ୍ନାଥ। ସେ କେବଳ ତାଙ୍କ ବନ୍ଧୁଙ୍କୁ ଅନୁଭୂତି କହିଛନ୍ତି, କଣ ବଡ଼ ଭୁଲ୍ କଲେ। ପ୍ରସାରଣ କରିଥିବା ଗଣମାଧ୍ୟମକୁ ସରକାର ଧନ୍ୟବାଦ ଦେବାକଥା। ଆଖି ଖୋଲିଥିବାରୁ ସରକାର ସେମାନଙ୍କୁ ସମ୍ବର୍ଦ୍ଧନା ଦେବା କଥା। ସରକାର ଏତେ ପ୍ରତିକ୍ରିୟାଶୀଳ ନହୋଇ, ନିଜ ତ୍ରୁଟି ସୁଧାରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଜଗନ୍ନାଥ।

ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂହ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବାବୁ କହିଛନ୍ତି, ସାଧାରଣ ଲୋକଙ୍କ ବଞ୍ଚିବାର ଅଧିକାର ଛଡ଼ାଇ ନିଆଯାଇଛି। ଶହ ଶହ ଭିଡିଓ ଭାଇରାଲ ହେଉଛି, ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଗିରଫ କରନ୍ତୁ। ଲକ୍ଷ୍ମୀକାନ୍ତଙ୍କ ଉପରୁ ଦଫା ହଟାଇ ତୁରନ୍ତ ମୁକ୍ତ କରନ୍ତୁ କହିଲେ ବାବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story