ପାନ ଦୋକାନରୁ ଚୋରି କରି ଛେଚା ଖାଇଲେ ଅଧ୍ୟାପକ

ବିନିକା (ଓଡ଼ିଶା ରିପୋର୍ଟର): କଲେଜରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟୁଥିଲେ। ଆଉ ଆଜି ଚୋରି କରିବା ଅଭିଯୋଗରେ ଧରାପଡ଼ି ଗାଁ ଲୋକ ଦ୍ୱାରା ଛେଚା ଖାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଡୁଙ୍ଗୁରିପାଲି ଥାନା ସୋହେଲା ଗାଁ ଛକରେ ଏକ ପାନ ଦୋକାନ ରହିଛି। ଗତକାଲି ରାତିରେ ଏହି ପାନ ଦୋକାନର ଟିଣ ଛପର କାଢ଼ି ସ୍ଥାନୀୟ ଏକ କଲେଜର ଓଡ଼ିଆ ଅଧ୍ୟାପକ […]

subarnapur

subarnapur

Manoranjan Sial
  • Published: Wednesday, 05 June 2019
  • Updated: 05 June 2019, 04:06 PM IST

Sports

Latest News

ବିନିକା (ଓଡ଼ିଶା ରିପୋର୍ଟର): କଲେଜରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟୁଥିଲେ। ଆଉ ଆଜି ଚୋରି କରିବା ଅଭିଯୋଗରେ ଧରାପଡ଼ି ଗାଁ ଲୋକ ଦ୍ୱାରା ଛେଚା ଖାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଡୁଙ୍ଗୁରିପାଲି ଥାନା ସୋହେଲା ଗାଁ ଛକରେ ଏକ ପାନ ଦୋକାନ ରହିଛି। ଗତକାଲି ରାତିରେ ଏହି ପାନ ଦୋକାନର ଟିଣ ଛପର କାଢ଼ି ସ୍ଥାନୀୟ ଏକ କଲେଜର ଓଡ଼ିଆ ଅଧ୍ୟାପକ ଆଲୋକ ସେଠୀ ଓ ତାଙ୍କ ସାଥୀ ପିଙ୍କୁ ଚୋରି କରୁଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ସେଠାରେ ପହଞ୍ଚିଥିଲେ। ତା’ପୂର୍ବରୁ ପିଙ୍କୁ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ଆଲୋକ ସେଠୀଙ୍କୁ ଗାଁ ଲୋକେ କାବୁ କରି ନେଇ ଏକ ଗଛରେ ବାନ୍ଧି ପକାଇଥିଲେ। ପରେ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସେମାନେ ଚୋରି କରିବାକୁ ଯେଉଁ ବାଇକରେ ଆସିଥିଲେ ତାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଗାଁ ଲୋକ। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos