ଦିଅର ଟାଙ୍ଗିଆ ଚୋଟରେ ଭାଉଜ ଗୁରୁତର

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭୁଜାଲି ଚୋଟରେ ମାଆ ସହ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଭଣ୍ଡାରିପଡ଼ା ଗାଁରେ। ମା’ ରେଣୁକା ନାୟକ, ତାଙ୍କ ପୁଅ ଓ ଝିଅଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ପାରିବାରିକ କଥାକୁ ନେଇ ରେଣୁକାଙ୍କ ସହ ତାଙ୍କ ଦିଅରର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦିଅର  ଓ ତାଙ୍କ ପରିବାର  ଲୋକେ  ରେଣୁକାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ସମୟରେ ମା’ କୁ ରକ୍ଷା କରିବା ପାଇଁ ତାଙ୍କ ପୁଅଝିଅ ଆସିଯାଇଥିଲେ। ସେମାନେ ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ । ପ୍ରଥମେ ମା’ପୁଅ ଝିଅଙ୍କୁ ଧୁଷୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ରେଣୁକାଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ଧୂଷୁରୀ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।