ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ସଜା। ଦୋଷୀ ସ୍ୱାମୀଅ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ୨୦୧୩ ଜୁନ୍ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ନିଜ ବାସଭବନରେ ଘଟାଇଥିଲେ ବୀଭତ୍ସ ହତ୍ୟାକାଣ୍ଡ।
ସୂଚନା ଅନୁଯାୟୀ, ୨୦୧୩ ଜୁନ ୩ରେ ନୟାପଲ୍ଲୀରେ ରହୁଥିବା ଡାକ୍ତର ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲସୋମନାଥ ପରିଡ଼ା ନିଜ ପତ୍ନୀ ଉଷଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ତାଙ୍କ ଶରୀରକୁ ୩୦୦ ଖଣ୍ଡ କରି ଷ୍ଟିଲ କଣ୍ଟେନର ମଧ୍ୟରେ ଲୁଚାଇ ରଖିଥିଲେ। ଜୁନ ୨୧ରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଦେହାବଶେଷ ସହ ୨୦ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ୭୧ ବର୍ଷରେ ସୋମନାଥଙ୍କ ଜଘନ୍ୟ କାଣ୍ଡ ସେ ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା
ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ କରି ଆଇପିସି ୩୦୨, ୨୦୧ ଦଫାରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୩, ଅକ୍ଟୋବର ୧୭ରେ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।