ରାଉରକେଲା(ପୱନ ତିୱାରୀ):ସାମାନ୍ୟ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଛେଣ୍ଡ ଥାନା ଅନ୍ତର୍ଗତ ହଠାତ୍ ବସ୍ତିରେ ଏହି ଘଟଣା ଘଟିଥିଲା।
୨୦୧୬ ଅକ୍ଟୋବର ୩ରେ ସାମାନ୍ୟ କୁକୁଡା ଚୋରିକୁ ନେଇ ହୋଇଥିଲା ମହାଭାରତ। କୁକୁଡା ଚୋରିକୁ ନେଇ ବସ୍ତିର ଏତୁଆ ମୁଣ୍ଡାରି ସେହି ବସ୍ତିର ପ୍ରଦୀପ କୁଲୁକୁ କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ଏତୁଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ୧୨ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଜଜ୍ ଏ ସଜା ଶୁଣାଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଦେଶରେ HMPV ଚିହ୍ନଟ ପରେ ଓଡ଼ିଶା ସରକାରଙ୍କ ଛନକା!
ଦେଶରେ HMPV ଚିହ୍ନଟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,‘ଚୀନ୍ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି। ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ।
Crime
ରାତି ଅନ୍ଧାରରେ ପହାଡ଼ ଉପରେ ଚାଲିଥିଲା ଜୁଆ ଖେଳ; ତା’ପରେ...
ରବିବାର ବିଳମ୍ୱିତ ରାତିରେ କୁମୁଡ଼ା ପାହାଡରେ ଚାଲିଥିଲା ଜୁଆ ଖେଳ। ଜୁଆଡିମାନେ ଜୁଆ ଖେଳରେ ମାତିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇଥିଲେ।
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।
Crime
୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍ପି
ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।