ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ

ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର। ଜଳଲାଗି କରିବା ପାଇଁ ଲିଙ୍ଗରାଜ ମନ୍ଦିର ସାମ୍ନାରେ କାଉଡିଆଙ୍କ ଭିଡ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିବାପାଇଁ ପାଣିଭାର ଧରି ଯାଜପୁର, ଭଦ୍ରକ ଓ କେନ୍ଦୁଝର ପ୍ରଭୃତି ଅଂଚଳରୁ ଆସିଛନ୍ତି ଅନେକ କାଉଡିଆ। କିଏ ମାନସିକ ରଖି  ଆସିଛି ତ କିଏ ମାନସିକ ପୁରଣ ହୋଇଥିବାରୁ ଏହି ଜଳଲାଗି କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।