ଆତ୍ମସମର୍ପଣ କରିବ ବଜ୍ରପାତ! ଲାଗିବ ଲାଇଟ୍‌ନିଂ ଆରେଷ୍ଟର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ମହାବିପତ୍ତି ପାଲଟିଛି ବଜ୍ରପାତ। ଯଦି ଆମେ ସାରା ଦେଶ କଥା କହିବା, ତାହେଲେ ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ସବୁଠୁ ଆଗରେ ରହିଛି। କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ବଢ଼ିଛି ଚିନ୍ତା। ମଙ୍ଗଳବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ନାବାଳକ ଓ ନାବାଳିକା ସହ ମୋଟ ୫ ଜଣଙ୍କର […]

lightning

lightning

Ranjit Kumar Jena
  • Published: Tuesday, 13 July 2021
  • Updated: 13 July 2021, 09:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ମହାବିପତ୍ତି ପାଲଟିଛି ବଜ୍ରପାତ। ଯଦି ଆମେ ସାରା ଦେଶ କଥା କହିବା, ତାହେଲେ ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ସବୁଠୁ ଆଗରେ ରହିଛି। କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ବଢ଼ିଛି ଚିନ୍ତା। ମଙ୍ଗଳବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ନାବାଳକ ଓ ନାବାଳିକା ସହ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ ଆକାଶରୁ ଖସୁଥିବା ଏ ପ୍ରାକୃତିକ ବିପତ୍ତିକୁ ରୋକିବାକୁ ବିଜୁଳି ନିରୋଧୀ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ଏସଆରସି।

ଆଜି ବାରିପଦାରେ ତିନିଜଣଙ୍କ ଜୀବନ ନେଇଛି ବଜ୍ରପାତ। ବର୍ଷା ହେବାରୁ ୩ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ନାବାଳକ ଓ ଜଣେ ନାବାଳିକା ଚେତା ହରାଇ ପଡ଼ିଥିଲେ। ପରିବାର ଲୋକେ ଜାଣିପାରି ସେମାନଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାଛଡ଼ା ୧୮ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଢେଙ୍କାନାଳ ପରଜଙ୍ଗ ମହୁଲିଆପଶି ଗାଁରେ ବଜ୍ରାଘାତରେ ଜଣଙ୍କର ଜୀବନ ଯାଇଛି।

ବିଗତ କିଛି ବର୍ଷ ଧରି ରାଜ୍ୟରେ ମହାବିପତ୍ତି ଭାବେ ଉଭା ହୋଇଛି ବଜ୍ର ବିପତ୍ତି। କ୍ଲାଇମେଟ୍ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ ପ୍ରମୋସନ୍ କାଉନ୍ସିଲ୍- CROPC ଦ୍ୱାରା ପ୍ରସ୍ତୁତ ୨୦୨୦-୨୧ ବାର୍ଷିକ ରିପୋର୍ଟ ଅନୁଯାୟୀ ଓଡ଼ିଶା ହେଉଛି ଦେଶର ସର୍ବାଧିକ ବଜ୍ରପାତ ପ୍ରବଣ ରାଜ୍ୟ। ଆହୁରି ଚିନ୍ତାଜନକ କଥା ହେଉଛି ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ପରିମାଣ ୩୭ ପ୍ରତିଶତ ବଢ଼ିଛି।

https://twitter.com/PradeepJenaIAS/status/1414779551272505349?s=20

ରିପୋର୍ଟ ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟରେ ୧୪ ଲକ୍ଷ ୨୦ ହଜାର ବଜ୍ରପାତ ସଂଘଟିତ ହୋଇଥିଲା। ୨୦୨୦-୨୧କୁ ଏହା ୨୦ ଲକ୍ଷ ୪୩ ହଜାରକୁ ବଢ଼ିଛି। ଆଇଏମଡି ସୂଚନା ଅନୁଯାୟୀ ବାରିପଦା, ଭୁବନେଶ୍ୱର, ଝାରସୁଗୁଡ଼ା, ଗୋପାଳପୁର, କଟକ, ଟିଟିଲାଗଡ଼, ସମ୍ବଲପୁର, ପୁରୀ, ବଲାଙ୍ଗୀର ଓ ବ୍ରହ୍ମପୁର ଭଳି ସ୍ଥାନ ରାଜ୍ୟର ସବୁଠୁ ବଜ୍ରପାତ ପ୍ରବଣ ଅଞ୍ଚଳ।

ତେବେ କିଛି ବର୍ଷ ଧରି ରାଜ୍ୟରେ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା କାରଣରୁ ବଜ୍ରପାତ ସଂଖ୍ୟା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିଥିବା କୁହାଯାଉଛି। ୨୦୧୯-୨୦୨୦ ବର୍ଷରେ ବଜ୍ରପାତରେ ୨୦୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦-୨୧ରେ ଏହା ୧୫୬କୁ କମିଛି। ଏସଆରସି ପ୍ରଦୀପ ଜେନା ମଧ୍ୟ ଟୁଇଟ୍ କରି ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ସ୍କୁଲ, କଲେଜ୍, ହସ୍ପିଟାଲ୍, ବଡ଼ ବଡ଼ କୋଠା ଆଦିରେ ଲାଇଟନିଂ ଆରେଷ୍ଟର ଲଗାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ବଜ୍ରପାତ ଭଳି ବିପତ୍ତିକୁ ରୋକିବା ପାଇଁ ଆଇଏମଡି ଡିଜି ବ୍ୟାପକ ଜନସଚେତନତା ଉପରେ ଜୋର୍ ଦେଇଛନ୍ତି।

କେବଳ ଓଡିଶା ନୁହେଁ ସାରା ଦେଶରେ ବି ବଡ଼ ପ୍ରାକୃତିକ ବିପତ୍ତି ଭାବେ ଛିଡ଼ା ହୋଇଛି ବଜ୍ରପାତ। ଗତକାଲି ଗୋଟିଏ ଦିନରେ ବଜ୍ରପାତରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୭୮ ଜଣଙ୍କ ଜୀବନ ଯାଇଥିଲା। ସବୁଠୁ ବଡ଼ କଥାହେଉଛି ଗଲା ୫୦ ବର୍ଷରେ ଦେଶରେ ବଜ୍ରପାତ ମୃତ୍ୟୁ ସଂଖ୍ୟାରେ ଦୁଇଗୁଣା ବୃଦ୍ଧି ଘଟିଛି। ୧୯୬୮ରୁ ୨୦୧୯ ଭିତରେ ବଜ୍ରପାତରେ ବର୍ଷକୁ ହାରାହାରି ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ କେବଳ ୨୦୧୯ ବର୍ଷରେ ଦେଶରେ ୨ ହଜାର ୮୭୬ ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story