ଲିଙ୍ଗରାଜ ମନ୍ଦିରରେ ପାଳି ପୂଜା ବିବାଦକୁ ନେଇ ନୀତି ବିଳମ୍ୱ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳି ପୂଜା ବିବାଦକୁ ନେଇ ନୀତି ବିଳମ୍ୱ ହୋଇଛି। ପୂଜାପଣ୍ଡା ନିଯୋଗର ସେବାୟତ ହରିଶ୍ ପୂଜାପଣ୍ଡା ଦାବି ପୂରଣ ନେଇ ମନ୍ଦିର ପ୍ରଶାସନକୁ ପୂର୍ବରୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ କରି ନ ଥିବା ଅଭିଯୋଗ କରିଥିଲେ। ତେବେ ଏନେଇ ମନ୍ଦିର ଟ୍ରଷ୍ଟିବୋଡ ପୂର୍ବରୁ ଆଲୋଚନା କରିଥିଲେ ମଧ୍ୟ ସେ ପୂଜା ବନ୍ଦ କରିଥିବା ସୂଚନା ମିଳିଛି। ଏନେଇ ତାଙ୍କ ନାମରେ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଟ୍ରଷ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।