କଳିଙ୍ଗ ନଗର ଗୁଳିକାଣ୍ଡ ପାଇଁ ସ୍ଥାନୀୟ ନେତା ଓ ଏନ୍‌ଜିଓ ଦାୟୀ

<p>ଭୁବନେଶ୍ୱର: କିଛି ସ୍ଥାନୀୟ ନେତା ଓ ଏନ୍&zwnj;ଜିଓ ୨୦୦୬ କଳିଙ୍ଗନଗର ଗୁଳିକାଣ୍ଡ ପାଇଁ ଦାୟୀ। ନିଜ ରିପୋର୍ଟରେ ଏହା ଦର୍ଶାଇଛନ୍ତି ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ପି.କେ ମହାନ୍ତି କମିଶନ। ଏମାନେ ଲୋକଙ୍କ ଅସନ୍ତୋଷର ଫାଇଦା ନେଇଥିଲେ ବୋଲି କମିଶନ କହିଛନ୍ତି। ଆଜି ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ଓ ଆକ୍ସନ ଟେକେନ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ଜମିହରାଙ୍କୁ ଠିକ୍ ସମୟରେ କ୍ଷତିପୂରଣ ନମିଳିବାରୁ ଅସନ୍ତୋଷର ସୂତ୍ରପାତ ହୋଇଥିଲା ଓ କ୍ଷତିପୂରଣ ମିଳିବାରେ ବିଳମ୍ବ ହେବା ହେତୁ ଅନାସ୍ଥାଭାବ ବଢ଼ିଥିଲା ବୋଲି ଦର୍ଶାଇଛନ୍ତି ଜଷ୍ଟିସ ପି.କେ.ମହାନ୍ତି କମିଶନ। ପ୍ରଥମେ ଛୋଟ ଆନ୍ଦୋଳନ ଓ ପରେ ଘଟଣା ବିସ୍ଫୋରକ ମୋଡ଼ ନେଇଥବା କମିଶନ କହିଛନ୍ତି। ସେପଟେ ବିସ୍ଥାପିତ ଓ ଜମିହାରଙ୍କୁ ଲାଭ ପହଞ୍ଚାଇବା ଲାଗି ଏକ ବିସ୍ତୃତ ସ୍କିମ୍ ପ୍ରସ୍ତୁତ ଲାଗି କମିଶନ ସୁପାରିଶ କରିଥିଲେ। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରରୁ ଜଣଙ୍କୁ ଚାକିରି ଓ ଆହତଙ୍କୁ ସ୍ୱତନ୍ତ୍ର କ୍ଷତିପୂରଣ ଦେବାକୁ କହିଥିଲେ କମିଶନ। ରାଜ୍ୟ ସରକାର ଏ ସମସ୍ତ ତିନିଟି ସୁପାରିଶକୁ କାର୍ଯ୍ୟକାରୀ କରିଥିବା ଆକ୍ସନ-ଟେକେନ୍ ରିପୋର୍ଟରେ ଦର୍ଶାଇଛନ୍ତି। ତେବେ ଏହି ରିପୋର୍ଟକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ଏହି ରିପୋର୍ଟକୁ ନେଇ କଳିଙ୍ଗ ନଗର ବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିସ୍ଥାପନ ବିରୋଧୀ ଜନମଞ୍ଚ ସମ୍ପାଦକ ରବୀନ୍ଦ୍ର ଜାରିକା ଏହି ରିପୋର୍ଟ ଆଦିବାସୀ ବିରୋଧୀ ଏବଂ ପ୍ରତାରଣାର ରିପୋର୍ଟ ବୋଲି ସେ କହିଛନ୍ତି। ଗୁଳିକାଣ୍ଡରେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ଏବଂ ଆହତଙ୍କୁ ସହାୟତା ରାଶି ୧୬ ଲକ୍ଷ ୫୦ ହଜାର ଟଙ୍କା ଏପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Thursday, 14 December 2017
  • Updated: 14 December 2017, 09:37 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos