ସମସ୍ୟା ଘେରରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ନାହାନ୍ତି ଆବଶ୍ୟକ ଷ୍ଟାଫ୍‌!

କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଟିଚିଙ୍ଗ ଷ୍ଟାଫ୍‌ ଓ ନନ୍‌ଟିଚିଙ୍ଗ ଷ୍ଟାଫ୍‌ ପଦବୀ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଚାଲିଛି ପ୍ରଶାସନିକ ଭବନ। ଏପରି ସମସ୍ୟାକୁ ନେଇ କୋରାପୁଟ ସାଂସଦ […]

local-mp-demands-filling-up-of-posts-at-the-central-university-in-koraput

local-mp-demands-filling-up-of-posts-at-the-central-university-in-koraput

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 07:45 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଟିଚିଙ୍ଗ ଷ୍ଟାଫ୍‌ ଓ ନନ୍‌ଟିଚିଙ୍ଗ ଷ୍ଟାଫ୍‌ ପଦବୀ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଚାଲିଛି ପ୍ରଶାସନିକ ଭବନ। ଏପରି ସମସ୍ୟାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି।

କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି,“କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଟିଚିଂ ଷ୍ଟାଫ୍‌ ପୂରଣ ହୋଇପାରୁନି। ଯାହାଦ୍ୱାରା ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି।”

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ ୨୦୦୯ ଅନୁସାରେ ଓଡ଼ିଶା ସମେତ ଦେଶରେ ୧୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା। ତେବେ ପ୍ରତିଷ୍ଠା ହୋଇଥିବା ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବହୁ ପଛରେ ପଡ଼ିଛି। ବିଶ୍ୱବିଦ୍ୟାଳୟରେ ୭ଟି ସ୍କୁଲ ଓ ୧୪ଟି ବିଭାଗ ପାଇଁ ଆବଶ୍ୟକ୧୫୪ରୁ ମାତ୍ର ୧୭ ଜଣ ଟିଚିଙ୍ଗ ଷ୍ଟାଫ୍ ଅଛନ୍ତି। ପ୍ରଫେସର ପଦ ପାଇଁ ଥିବା ୨୩ ରୁ ୨୩ଟି ଓ ୪୩ଟି ଆସୋସିଏଟ୍‌ ପ୍ରଫେସର ପଦରୁ ୪୨ ଖାଲି ପଡ଼ିଛି। ୮୮ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବଦଳରେ ଅଛନ୍ତି ମାତ୍ର ୧୬ ଜଣ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏପରି ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିକ୍ଷାବିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos