‘ମୋ ସରକାର’ ଗହଳଚହଳ ଭିତରେ ଅକାମୀ ହୋଇଗଲା ଏହି ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସରକାରର ଗହଳଚହଳ ଭିତରେ ଅକାମୀ ହୋଇଯାଇଛି ଓଡ଼ିଶା ଲୋକସେବା ଅଧିକାର ଆଇନ। ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଉପଲବ୍ଧ ପାଇଁ ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି  ଆଇନରେ ଏବେ ଲୋକଙ୍କୁ ଆଉ ସେବା ମିଳୁନି । ସମୟ ଭିତରେ ସେବା ନ ଦେଲେ ଜରିମାନା ଓ ଦଣ୍ଡ ବିଧାନର ପ୍ରାବଧାନ ଥିଲେ ବି ଏହା କାର୍ଯ୍ୟକାରୀ ହେଉନି । ଏକଥା ଖୋଦ୍ ସରକାରୀ ଅଧିକାରୀ ବି ସ୍ୱୀକାର କରିଛନ୍ତି। ଆପଣଙ୍କ […]

4rt

4rt

Tapas Behera
  • Published: Monday, 14 October 2019
  • Updated: 14 October 2019, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସରକାରର ଗହଳଚହଳ ଭିତରେ ଅକାମୀ ହୋଇଯାଇଛି ଓଡ଼ିଶା ଲୋକସେବା ଅଧିକାର ଆଇନ। ନିର୍ଦ୍ଦିଷ୍ଟ ସମୟ ସୀମାରେ ସେବା ଉପଲବ୍ଧ ପାଇଁ ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି  ଆଇନରେ ଏବେ ଲୋକଙ୍କୁ ଆଉ ସେବା ମିଳୁନି । ସମୟ ଭିତରେ ସେବା ନ ଦେଲେ ଜରିମାନା ଓ ଦଣ୍ଡ ବିଧାନର ପ୍ରାବଧାନ ଥିଲେ ବି ଏହା କାର୍ଯ୍ୟକାରୀ ହେଉନି । ଏକଥା ଖୋଦ୍ ସରକାରୀ ଅଧିକାରୀ ବି ସ୍ୱୀକାର କରିଛନ୍ତି।

ଆପଣଙ୍କ ଅଧିକାର ଆମର କର୍ତ୍ତବ୍ୟ । ଏହି ସ୍ଲୋଗାନ ଦେଇ ଦୁର୍ନୀତି ହଟାଇବା ସହ ଲୋକଙ୍କ ହାତ ପାଆନ୍ତାରେ ସେବା ଦେବାକୁ ସରକାର ୭ ବର୍ଷ ତଳେ ଆରମ୍ଭ କରିଥିଲେ ଓଡ଼ିଶା ଲୋକସେବା ଅଧିକାର ଆଇନ। ସେବା ଦେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ବି ଧାର୍ଯ୍ୟ କରାଯାଇଥିଲା । ଏଥିରେ ଅଛି ଦୁଇ ଦିନରେ ଡ୍ରାଇଭିଂ ଲାଇସେନ୍ସର ସାର୍ଟିଫାଇଡେ କପି, ୫ ଦିନ ଭିତରେ ଗାଡ଼ି ପଞ୍ଜିକରଣ ସହ ଡ୍ରାଇଭିଂ ଲାଇସେନ୍ସ,୧୫ ଦିନରେ ଆବାସିକ ପ୍ରମାଣ ପତ୍ର, ୩୦ ଦିନରେ ଜାତିଗତ ପ୍ରମାଣପତ୍ର, ୯୦ ଦିନରେ ଜମିପଟ୍ଟା ପରି ୩୪୧ଟି ସେବା । ୨୫ ଟି ବିଭାଗ ଲୋକଙ୍କୁ ସେବା ଦେବାକୁ ନିର୍ଦିଷ୍ଟ ସମୟ ବି ଧାର୍ଯ୍ୟ ହୋଇଥିଲା। ଆଉ ସମୟ ଭିତରେ ସେବା ନ ଦେଲେ ଜରିମାନା ସହ ଦଣ୍ଡ ବିଧାନର ବ୍ୟବସ୍ଥା ବି ଥିଲା। ହେଲେ ନା ଆଇନ ପାଳନ ହେଉଛି ନା ସମୟ ଭିତରେ ସେବା ମିଳୁଛି ।

କେବଳ ଭୁବନେଶ୍ୱର ତହସିଲରେ ଫଇସଲା ପାଇଁ ପଡିରହିଛି ୬ ହଜାର ୭ ସହ ମ୍ୟୁଟେସନ  ମାମଲା।  ଅଧିକାରୀ ବି ମାନୁଛନ୍ତି ଭିତ୍ତିଭୂମି ଓ କର୍ମଚାରୀ ଅଭାବରୁ କାମ ଆଗେଇପାରୁନି।  ୨୦୧୪ ପର୍ଯ୍ୟନ୍ତ ୧୩ ଲ୭ ୮୭ ହଜାର ଆବେଦନ ଆସିଥିବା ବେଳେ ଏଥିରୁ କେତେ ଫଇସଲା ହୋଇଛି ତାହା ବି ଜଣାପଡୁନି। ବଡ଼କଥା ହେଉଛି ସରକାର ଏଥିପାଇଁ ଖୋଲିଥିବା ଅଫିସରେ ଏବେ ତାଲା ପଡିଛି । ଏବେ ମୋ ସରକାରର ପ୍ରଚାର ଭିତରେ ଲୋକସେବା ଆଇନ କୁଆଡେ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ। ଲୋକସେବା ଆଇନ କର୍ଯ୍ୟକାରିତାରେ ଚରମ ଅବହେଳା ନେଇ ଲାଗୁଛି ସତେ ଯେମିତି ତୃତୀୟ ପାଳିର କଥାକୁ ପଞ୍ଚମ ପାଳିରେ ପୂରା ପାଶୋରି ଦେଇଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos