ଅଧ୍ୟାପିକାଙ୍କ ସୁନା ଚେନ୍‌ ଝାମ୍ପି ଛେଚା ଖାଇଲେ

ଜଳେଶ୍ୱର (ଅଜିତ ଦାସ): ଭୁଜାଲି ଦେଖାଇ ଅଧ୍ୟାପିକାଙ୍କ ବେକରୁ ସୁନାଚେନ ଲୁଟି ନେଲେ ଦୁଇ ଦୁର୍ବୃତ୍ତ। ଏହା ପରେ ସ୍ଥାନୀୟ ଲୋକେ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ପିଟିଲେ। ଆଜି ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ ଉଦ୍ଧାର କରିଛି।

ନବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକ ସାଧନା ଦାସ ଅଧିକାରୀ ସ୍କୁଟିରେ ଘରକୁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ରେମୁ ଛକରେ ତାଙ୍କ ସ୍କୁଟିକୁ ଧକ୍କା ମାରିଥିଲେ। ତା’ପରେ ଅଧ୍ୟାପିକାଙ୍କୁ ଭୁଜାଲି ଦେଖାଇ ତାଙ୍କ ଚେନ୍‌ ଝାମ୍ପି ନେଇଥିଲେ। ତେବେ ଅଧ୍ୟାପିକା ଶ୍ରୀମତୀ ଦାସଅଧିକାରୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସି ଲୁଟେରା ଦୁଇ ଯୁବକଙ୍କୁ ଧରି ପକାଇଥିଲେ। ତା’ପରେ ସେମାନଙ୍କୁ ବାନ୍ଧି ପକାଇ ନିର୍ଧୁମ ଛେଚିଥିଲେ।

ଖବର ପାଇ ବାଲିଆପାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଲୁଟେରାଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ବାଲେଶ୍ଵର ହଳଦୀପଦା ଅଞ୍ଚଳର ରଞ୍ଜନ ପରିଡା ଓ ରବି ନାଏକ। ଜାତୀୟ ରାଜପଥ ଲୁଟ୍‌ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ

ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ

କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା

ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱରରେ କରୋନା ସ୍ଥିତି: ୟୁନିଟ୍‌-୯ରୁ ୧୭, ୟୁନିଟ୍‌-୮ ଓ ଶୈଳଶ୍ରୀ ବିହାରରୁ ୧୨ ଲେଖାଏଁ ଚିହ୍ନଟ