ତିରୁପତି ମନ୍ଦିର ଟ୍ରଷ୍ଟ ଉଠାଇନେଲା, ଶ୍ରୀମନ୍ଦିର ପ୍ରଶାସନ କ’ଣ କରୁଥିଲା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସରକାରଙ୍କ ୟେସ୍ ବ୍ୟାଙ୍କପ୍ରୀତିକୁ ନେଇ ତେଜୁଛି ରାଜନୀତି। ସରକାରୀ ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥାର ବ୍ୟବସାୟିକ କାରବାର ପାଇଁ ପ୍ରାଧିକୃତ ବ୍ୟାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବାର ୪ ମାସ ପୂର୍ବରୁ କିପରି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ କରି ‌ଆଜି ସରକାରଙ୍କୁ ଘେରିଛି ବିଜେପି। ସେପଟେ ମନ୍ଦିର ସୌନ୍ଦର୍ଯ୍ୟକରଣ ଆଢୁଆଳରେ ଠାକୁରଙ୍କ ଶହ ଶହ କୋଟି ଟଙ୍କା ଚଳୁ ପାଇଁ ଉଦ୍ୟମ ହୋଇଛି ବୋଲି ସାଂଘାତିକ ଅଭିଯୋଗ […]

7nm

7nm

Tapas Behera
  • Published: Sunday, 08 March 2020
  • Updated: 08 March 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସରକାରଙ୍କ ୟେସ୍ ବ୍ୟାଙ୍କପ୍ରୀତିକୁ ନେଇ ତେଜୁଛି ରାଜନୀତି। ସରକାରୀ ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥାର ବ୍ୟବସାୟିକ କାରବାର ପାଇଁ ପ୍ରାଧିକୃତ ବ୍ୟାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବାର ୪ ମାସ ପୂର୍ବରୁ କିପରି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ କରି ‌ଆଜି ସରକାରଙ୍କୁ ଘେରିଛି ବିଜେପି। ସେପଟେ ମନ୍ଦିର ସୌନ୍ଦର୍ଯ୍ୟକରଣ ଆଢୁଆଳରେ ଠାକୁରଙ୍କ ଶହ ଶହ କୋଟି ଟଙ୍କା ଚଳୁ ପାଇଁ ଉଦ୍ୟମ ହୋଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରାଇବାକୁ ମୁଖ୍ୟ ପ୍ରଶାସକ RBIକୁ ଚିଠି ଲେଖିଥିବା ବେଳେ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ନିଜ ଟଙ୍କା ଫେରି ପାଇବା ନେଇ ଆଶଙ୍କାରେ। ଅକ୍ଟୋବର ୧୭ ,୨୦୧୮।  ୟେସ ବ୍ୟାଙ୍କର  ସିଇଓ ପଦରେ ରହିବା ଲାଗି ପ୍ରତିଷ୍ଠାତା ରାନା କାପୁରଙ୍କୁ  ଅନୁମତି ଦେଇନଥିଲା ଆରବିଆଇ।  ନଭେମ୍ବରରେ ବ୍ୟାଙ୍କର ବୋର୍ଡ ସଦସ୍ୟ ଓ ନିର୍ଦ୍ଦେଶକ ଇସ୍ତାଫା ଦେବା ପରେ ଆରମ୍ଭ ହୋଇଥିଲା ଅବନିତିର ପର୍ବ ।

ତେବେ ୪ ମାସ ପରେ ଅର୍ଥାତ ୨୦୧୯ ମାର୍ଚ୍ଚରେ ମହାପ୍ରଭୁଙ୍କ ୫୪୫ କୋଟି ରଖିବାକୁ ଏହି ବ୍ୟାଙ୍କକୁ ବାଛିଲା ଶ୍ରୀମନ୍ଦିର ପ୍ରଶାସନ। ଆଶ୍ଚର୍ଯ୍ୟର କଥା, ସରକାରୀ ସଂସ୍ଥାଙ୍କ ବ୍ୟାଙ୍କି କାରବାର ଲାଗି ରାଜ୍ୟ ଅର୍ଥ ବିଭାଗ ପ୍ରସ୍ତୁତ କରିଥିବା ୨୫ ବ୍ୟାଙ୍କ ତାଲିକାରେ ନଥିଲା ୟେସ ବ୍ୟାଙ୍କ । ତେବେ ଜୁଲାଇ  ୨୦ରେ ୟେସ ବ୍ୟାଙ୍କକୁ ଏହି ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା।  ଆଜି ଏହି ତଥ୍ୟ ରଖି ସରକାରଙ୍କୁ କାଠ ଗଡାରେ ଠିଆ କରିଛି ବିଜେପି । ଟଙ୍କା ରଖିବାର ମାସେ ପରେ ଅର୍ଥାତ ଏପ୍ରିଲ ୧ରେ ସେବି ସ୍କାନରକୁ ଆସିଥିଲା ୟେସ ବ୍ୟାଙ୍କ।  ଅକ୍ଟୋବରରେ ତିରୁପତି ମନ୍ଦିର ଟ୍ରଷ୍ଟର ନିଜ ୧୩ ଶହ କୋଟି ଟଙ୍କା ୟେସ ବ୍ୟାଙ୍କରୁ ଉଠାଇ ନେଇଥିବା ବେଳେ ବ୍ୟାଙ୍କର ବାସ୍ତବ ସ୍ଥିତି ଜାଣି ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଠାକୁରଙ୍କ ଟଙ୍କାକୁ ହରଣଚାଲ କରାଯାଇଥିବା ଅଭିଯୋଗ ଆଣି ଏନେଇ ଶ୍ୱେତପତ୍ର ପ୍ରକାଶ ପାଇଁ ଦଳ ଦାବି କରିଛି । ସେପଟେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଆଳରେ ଠାକୁରଙ୍କ ଟଙ୍କା ହଡପ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ଏନେଇ ଆଇନମନ୍ତ୍ରୀ ମୁହଁ ଖୋଲି ନଥିବା ବେଳେ ସମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି ଠାକୁରଙ୍କ ଟଙ୍କା ଫେରିବ।

ଏପଟେ ବ୍ୟାଙ୍କ ସ୍କାମ୍ ଜଣା ପଡିବା ପରେ ରାଜ୍ୟର ୟେସ ବ୍ୟାଙ୍କର ଗ୍ରାହକଙ୍କ ମୁଣ୍ଡରେ ଚଡକ। ୫୦ ହଜାରରୁ ଅଧିକ ଟଙ୍କା ଉଠାଇବା ଉପରେ ଆରବିଆଇ କଟକଣାକୁ ନେଇ ଚିନ୍ତାରେ ଗ୍ରାହକ। କଟକ ବକ୍ସିବଜାର ତାମିଜ ଖାନ ଭାଇଙ୍କ ହାର୍ଟ ଅପରେସନ ପାଇଁ ଆବଶ୍ୟକ କରୁଛନ୍ତି । ଅଢେଇ ଲକ୍ଷ ବ୍ୟାଙ୍କରେ ଟଙ୍କା ଥିଲେ ମଧ୍ୟ ଉଠାଇ ପାରୁନାହାନ୍ତି। ତାମିଜଙ୍କ ପରି  ରାଉରକେଲା, ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ୟେସ ବ୍ୟାଙ୍କରେ ଟଙ୍କା ରଖିବା ହଜାର ହଜାର ଗ୍ରାହକଙ୍କ ନିଦ ହଜିଯାଇଛି। ତେବେ ଲୋକଙ୍କ ଟଙ୍କା ସୁରକ୍ଷିତ ଥିବା ରାଜ୍ୟ ଅର୍ଥସଚିବ କହିଛନ୍ତି । ସେହିପରି ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଫେରାଇ ଦେବା ପାଇଁ ଆରବିଆଇକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଥିବା ଅର୍ଥସଚିବ ସୂଚନା ଦେଇଛନ୍ତି।

କେବଳ ଶ୍ରୀମନ୍ଦିର ପ୍ରଶାସନ ନୁହେଁ  ରାଜ୍ୟ ସରକାରଙ୍କ ଆଉ କିଛି ବିଭାଗ ଓ କିଛି ଉଚ୍ଚପଦସ୍ଥ ଅଫିସର ବି ୟେସ ବ୍ୟାଙ୍କରେ ବିପୁଳ ପରିମାଣର ଟଙ୍କା ରଖିଥିବାର ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos