‘ପଦ୍ମ’ ଭାରତର ଜାତୀୟ ଫୁଲ ନୁହେଁ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଶିକ୍ଷାବୋର୍ଡ ଓ ୟୁଜିସି ପାଠ୍ୟକ୍ରମରେ ‘ପଦ୍ମ’ ଆମର ଜାତୀୟ ଫୁଲ ବୋଲି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। କିନ୍ତୁ ଆନୁଷ୍ଠାନିକ ଭାବେ ‘ଜାତୀୟ ଫୁଲ’ର ମାନ୍ୟତା କୌଣସି ଫୁଲକୁ ଦିଆଯାଇନାହିଁ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଭାରତ ସରକାର କୌଣସି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦିଆଯାଇ ନାହିଁ ବୋଲି କହି ଜାତୀୟ କ୍ରୀଡ଼ା ହକି ନୁହେଁ ବୋଲି ସ୍ପଷ୍ଟ କରିଥିଲେ। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ […]

lotus-is-not-the-national-flower-says-union-minister

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଶିକ୍ଷାବୋର୍ଡ ଓ ୟୁଜିସି ପାଠ୍ୟକ୍ରମରେ ‘ପଦ୍ମ’ ଆମର ଜାତୀୟ ଫୁଲ ବୋଲି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। କିନ୍ତୁ ଆନୁଷ୍ଠାନିକ ଭାବେ ‘ଜାତୀୟ ଫୁଲ’ର ମାନ୍ୟତା କୌଣସି ଫୁଲକୁ ଦିଆଯାଇନାହିଁ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଭାରତ ସରକାର କୌଣସି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦିଆଯାଇ ନାହିଁ ବୋଲି କହି ଜାତୀୟ କ୍ରୀଡ଼ା ହକି ନୁହେଁ ବୋଲି ସ୍ପଷ୍ଟ କରିଥିଲେ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗତକାଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏ କହିଛନ୍ତି ‘ବାଘ’ ଓ ‘ମୟୂର’କୁ ଯଥାକ୍ରମେ ଜାତୀୟ ପଶୁ ଓ ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି। ଏଥପାଇଁ କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ୨୦୧୧ ମସିହାରେ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଜାତୀୟ ଫୁଲକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ କୌଣସି ବିଜ୍ଞପ୍ତି ଜାରି ହୋଇନାହିଁ । ତେଣୁ ଏବେ କୌଣସି ଫୁଲକୁ ଜାତୀୟ ଫୁଲର ମାନ୍ୟତା ଦିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ ଯଦି କୌଣସି ପଶୁ,ପକ୍ଷୀ ଅବା ଫୁଲକୁ ଜାତୀୟ ମାନ୍ୟତା ଦିଆଯାଇନି ତା’ହେଲେ କେଉଁ ପ୍ରାବଧାନ ଅନୁସାରେ ୟୁଜିସି, ଏନସିଇଆରଟି ଓ ଭାରତ ସରକାରଙ୍କ ବିଭିନ୍ନ ପୋର୍ଟାଲରେ ଜାତୀୟ ପଶୁ, ଜାତୀୟ ପକ୍ଷୀ ଓ ଜାତୀୟ ଫୁଲ ନାଁ ପ୍ରକାଶ ପାଇଛି? ଏହାର ଉତ୍ତର ମନ୍ତ୍ରୀ ଶ୍ରୀ ରାଏ ପରବର୍ତ୍ତୀ ସମୟରେ ଗୃହରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୨ ମସିହାରେ ଲକ୍ଷ୍ନୌର ଜଣେ ୧୦ବର୍ଷୀୟା ଝିଅ ଐଶ୍ୱର୍ଯ୍ୟା ପରାଶର ସୂଚନା ଅଧିକାର ଆଇନ ବଳରେ ଜାତୀୟ ସଙ୍ଗୀତ,କ୍ରୀଡ଼ା, ପଶୁ,ପକ୍ଷୀ ଓ ଫୁଲ ଜାଣିବାକୁ ଚାହିଁଥିଲେ । ସେତେବେଳେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କୌଣସି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦିଆଯାଇନାହିଁ ବୋଲି ସ୍ପଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story