ସ୍ୱାମୀଙ୍କ ଠିକଣା ଖୋଜି ଶାଶୁ ଘରେ ପହଞ୍ଚିଲେ ପତ୍ନୀ; ଆଉ ତା’ପରେ ଖୋଲିଲା ଗୁମର

ସୋର (ନିରଞ୍ଜନ ବେହେରା): ମୟାନଗରୀ ମୁମ୍ୱାଇରେ ଗଢ଼ି ଉଠିଥିଲା ପ୍ରେମ। ଆଉ ରାୟଗଡ଼ାରେ ପଡ଼ିଥିଲା ବରଣମାଳା। ବାହାଘର ପରେ ଚମ୍ପଟ ମାରିଲା ଲମ୍ପଟ ସ୍ୱାମୀ। ସ୍ୱାମୀଙ୍କୁ ଖୋଜି ଖୋଜି ଶାଶୁ ଘରେ ପହଞ୍ଚିଲେ ପତ୍ନୀ। ଆଉ ଜାଣିବାକୁ ପାଇଲେ ସ୍ୱାମୀ ବିବାହିତ ଓ ତାଙ୍କର ୬ ବର୍ଷର ପୁଅଟିଏ ରହିଛି। ଏବେ ସବୁଆଡୁ ନିରାଶ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଖଇରା ଥାନା ନଟାପଡ଼ା ଗାଁର ନରେନ୍ଦ୍ର ବିଦାନ୍ତ […]

Soro

Soro

Manoranjan Sial
  • Published: Monday, 13 June 2022
  • Updated: 13 June 2022, 07:44 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ମୟାନଗରୀ ମୁମ୍ୱାଇରେ ଗଢ଼ି ଉଠିଥିଲା ପ୍ରେମ। ଆଉ ରାୟଗଡ଼ାରେ ପଡ଼ିଥିଲା ବରଣମାଳା। ବାହାଘର ପରେ ଚମ୍ପଟ ମାରିଲା ଲମ୍ପଟ ସ୍ୱାମୀ। ସ୍ୱାମୀଙ୍କୁ ଖୋଜି ଖୋଜି ଶାଶୁ ଘରେ ପହଞ୍ଚିଲେ ପତ୍ନୀ। ଆଉ ଜାଣିବାକୁ ପାଇଲେ ସ୍ୱାମୀ ବିବାହିତ ଓ ତାଙ୍କର ୬ ବର୍ଷର ପୁଅଟିଏ ରହିଛି। ଏବେ ସବୁଆଡୁ ନିରାଶ ହୋଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ।

ଖଇରା ଥାନା ନଟାପଡ଼ା ଗାଁର ନରେନ୍ଦ୍ର ବିଦାନ୍ତ ମୟାନଗରୀ ମୁମ୍ୱାଇରେ ଏକ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ତାଙ୍କର ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀ ନେହା(ଛଦ୍ମନାମ)ଙ୍କ ସହ ଦେଖା ହୋଇଥିଲା। ପ୍ରଥମ ଦେଖାରେ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ନରେନ୍ଦ୍ର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ନେହା ନିଜର ସର୍ବସ୍ୱ ଭାବି ସ୍ୱାମୀଙ୍କ ପାଦ ତଳେ ଅଜାଡି ଦେଇଥିଲେ। ମୟାନଗରୀର ଝିଲମିଲ୍‌ ଆଲୁଅରେ ଉଭୟ ଏକାକାର ହୋଇ ଯାଇଥିଲେ।

ପ୍ରେମ ସମ୍ପର୍କ ଅତି ନିବିଡ ହେବା ପରେ ନରେନ୍ଦ୍ର ତାଙ୍କ ପ୍ରେମିକାଙ୍କ ଗାଁ ରାୟଗଡ଼ାକୁ ଚାଲି ଆସିଥିଲେ। ସେଠାରେ ଏକ ଶିବ ମନ୍ଦିରରେ ଉଭୟଙ୍କ ଭିତରେ ବିବାହ ହୋଇଥିଲା। ବିବାହ ପରେ ନରେନ୍ଦ୍ର ସେଠାରେ କିଛି ଦିନ ରହିଥିଲେ। ଏବେ ନେହା ୩ ମାସର ଗର୍ଭବତୀ। ଦିନେ ହଠାତ୍‌ ନରେନ୍ଦ୍ର ଘରକୁ ଯାଉଛି ବୋଲି କହି ପଳାଇ ଆସିଥିଲେ। ହେଲେ ଆଉ ଧରାଛୁଆଁ ଦେଇ ନଥିଲେ ବୋଲି ନେହା ଅଭିଯୋଗ କରିଛନ୍ତି। ଫୋନ୍‌ କଲେ ମଧ୍ୟ ସେ ରିସିଭ୍‌ କରୁ ନଥିଲେ।

ସ୍ୱାମୀଙ୍କୁ ଖୋଜି ଖୋଜି ନେହା ନଟାପଡ଼ାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିବାକୁ ପାଇଥିଲେ, ତାହା ତାଙ୍କୁ ହତବାକ କରି ଦେଇଥିଲେ। ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଓ ତାଙ୍କର ୬ ବର୍ଷର ପୁଅଟିଏ ରହିଛି ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ନେହା ରବିବାର ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ନରେନ୍ଦ୍ରଙ୍କୁ ରାତିରେ ଉଠାଇ ଆଣିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍‌।

ପୀଡ଼ିତା ଚାହୁଁଛନ୍ତି ଏବେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବେ। ହେଲେ ସ୍ୱାମୀଙ୍କ ପ୍ରଥମ ପତ୍ନୀ ଥିବା ବେଳେ ଏବେ ସେ ରହିବେ କେଉଁଠି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story