ଛାତ୍ରୀଙ୍କ ସହ ଦୈହିକ ସମ୍ପର୍କ ରଖି ହାତ ଛାଡ଼ିଦେଲେ ସାର୍‌!

ରାୟଗଡ଼ା (ମନୋଜ ପାତ୍ର): ହ୍ୱାଟ୍ସଆପ୍‌ରେ ଆରମ୍ଭ ହୋଇଥିଲା ପ୍ରେମ, ଭଡ଼ା ଘରେ ଶେଷ ହେଲା! ଆଉ ତା’ପରେ ପଦାକୁ ଆସିଥିଲା ପ୍ରତାରଣାର କରୁଣ ଚିତ୍ର। ନିଜର ହକ୍‌ ପାଇବା ପାଇଁ ପ୍ରେମିକା ଝାରଖଣ୍ଡରୁ ଓଡ଼ିଶା ଦୌଡ଼ି ଆସିଛନ୍ତି। ଏବେ ସେ ପ୍ରେମିକଙ୍କ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅଞ୍ଚଳର ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରେମିକାଙ୍କ ସହ ତାଙ୍କ ବାପା ଓ ମାଆ ମଧ୍ୟ ଧାରଣା ଦେଇଛନ୍ତି। ଝାରଖଣ୍ଡ ରାଜ୍ୟରେ ଶାମୁକା (ଛଦ୍ମନାମ) ଓଡ଼ିଶାର ରାୟଗଡ଼ାରେ ଏକ […]

love-sex-dhokha-on-raogada

love-sex-dhokha-on-raogada

Manoranjan Sial
  • Published: Thursday, 29 August 2019
  • Updated: 29 August 2019, 06:04 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର): ହ୍ୱାଟ୍ସଆପ୍‌ରେ ଆରମ୍ଭ ହୋଇଥିଲା ପ୍ରେମ, ଭଡ଼ା ଘରେ ଶେଷ ହେଲା! ଆଉ ତା’ପରେ ପଦାକୁ ଆସିଥିଲା ପ୍ରତାରଣାର କରୁଣ ଚିତ୍ର। ନିଜର ହକ୍‌ ପାଇବା ପାଇଁ ପ୍ରେମିକା ଝାରଖଣ୍ଡରୁ ଓଡ଼ିଶା ଦୌଡ଼ି ଆସିଛନ୍ତି। ଏବେ ସେ ପ୍ରେମିକଙ୍କ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅଞ୍ଚଳର ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରେମିକାଙ୍କ ସହ ତାଙ୍କ ବାପା ଓ ମାଆ ମଧ୍ୟ ଧାରଣା ଦେଇଛନ୍ତି।

ଝାରଖଣ୍ଡ ରାଜ୍ୟରେ ଶାମୁକା (ଛଦ୍ମନାମ) ଓଡ଼ିଶାର ରାୟଗଡ଼ାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପାଠ ପଢ଼ୁଥିଲେ। ସେଠାରେ ପଢ଼ିବା ସମୟରେ କଲେଜର ଜଣେ ଅଧ୍ୟାପକ ହ୍ୱାଟ୍ସଆପ୍‌ରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ଧୀରେ ଧୀରେ ସମ୍ପର୍କ ବଢ଼ିଥିଲା। ଏହା ଭିତରେ ଶାମୁକାକୁ ସାର୍‌ ପ୍ରେମ ନିବେଦନ କରିଥିଲେ। ପ୍ରଥମେ ଏହାକୁ ଶାମୁକା ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଚତୁର ଅଧ୍ୟାପକ ଆତ୍ମହତ୍ୟା କରିବାର ଧମକ ଦେବାରୁ ଶାମୁକା ଭଲ ପାଇବା ପାଇଁ ରାଜି ହୋଇଥିଲେ। ପରେ ଉଭୟ ଯୁଆଡ଼େ ଯାଉଥିଲେ ସାଥୀ ହୋଇ ଯାଉଥିଲେ। ଝିଅଟି ନିଜର ସର୍ବସ୍ୱ ତାଙ୍କ ପାଖରେ ସମର୍ପି ଦେଇଥିଲେ। ଏହାର ସୁଯୋଗ ନେଇ ଶାମୁକା ସହିତ ସାର୍‌ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ୨୦୧୮ ମସିହାରେ ପାଠପଢ଼ା ସରିବା ପରେ ଶାମୁକା ଘରକୁ ଫେରି ଯାଇଥିଲେ।

ପିଜିଡିସିଏରେ ପାଠ ପଢ଼ିବା ପାଇଁ ଶାମୁକାଙ୍କୁ ସାର୍‌ ଜୋରଜବରଦସ୍ତ ଘରୁ ଡାକି ଆଣିଥିଲେ। ଏପରିକି ରାୟଗଡ଼ାରେ ଏକ ଭଡ଼ାଘରେ ରଖିଥିଲେ। ସେଠାରେ ଘର ମାଲିକଙ୍କୁ ଉଭୟ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ରହୁଥିଲେ। ପିଜିଡିସିଏ ପାଠ ପଢ଼ା ସରିବା ପରେ ଶାମୁକା ପୁଣି ଥରେ ଗାଁକୁ ଚାଲି ଯାଇଥିଲେ। ଶାମୁକା ଗାଁକୁ ଗଲା ପରେ ଅଧ୍ୟାପକ ମହାଶୟ ତାଙ୍କ ସହିତ ଯୋଗାଯୋଗ କଲେନାହିଁ। ଏପରିକି କଥାବାର୍ତ୍ତ ବନ୍ଦ କରିଦେଲେ। ପରେ ଏ ସମ୍ପର୍କରେ ଶାମୁକା ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ସାର୍‌ଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ହେଲେ ପୁଅ ଘର ଲୋକ ଯୌତୁକ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଯାହାଫଳରେ ଶାମୁକା ଭାଙ୍ଗି ପଡ଼ିଥିଲେ। ନ୍ୟାୟ ପାଇଁ ପୂରା ପରିବାର ଏବେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ଯାଏଁ ଧାରଣା ଚାଲିବ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଶାମୁକାଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି ପ୍ରେମିକଙ୍କ ପରିବାର ଲୋକେ। ବିବାହ କରିବା ପାଇଁ ଝିଅ ଘର ଲୋକେ ରାଜି ନହେବାରୁ ଆମେ ଆମ ପୁଅ ପାଇଁ ଅନ୍ୟ ଝିଅ ଠିକ କରିବୁ ବୋଲି ପ୍ରେମିକଙ୍କ ବାପା କହିଛନ୍ତି।

ପ୍ରେମିକଙ୍କ ବାପା କହିଛନ୍ତି, “ଝିଅକୁ ପୁଅ ଭଲ ପାଉଥିଲା ଆମେ ଜାଣିଛୁ। ମାତ୍ର ଝିଅ ସହିତ ପୁଅ ଶାରୀରିକ ସମ୍ପର୍କ ରଖିଥିବା କଥା ଆମେ ଜାଣିନାହୁଁ। ପୁଅର କଥାରେ ଆମେ ରାଜି ହୋଇ ଆମେ ଝିଅ ଘର ଲୋକଙ୍କୁ ଏକ ହୋଟେଲ୍‌କୁ ଡାକିଥିଲୁ। ସେଠାରେ କଥାବାର୍ତ୍ତା ପରେ ଜାନୁଆରୀ ୧୯ ତାରିଖରେ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ତା’ପରେ ଆମକୁ ଆଉ ଧରାଛୁଆଁ ଦେଲେ ନାହିଁ। ପୁଅ ବାରମ୍ୱାର ଫୋନ୍‌ କରି ନିରାଶ ହେଲା। ଶେଷରେ ଆମେ ତା’ ସହିତ ବାହାଘର କରିବା ପାଇଁ ଆଉ ଜଣେ ଝିଅ ଠିକ୍‌ କରିଛୁ। ଏପରିସ୍ଥିତିରେ ଆମେ ତା’(ଶାମୁକା) ସହିତ ପୁଅକୁ କେମିତି ବାହା କରାଇବୁ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos