ମାଲକାନଗିରି (ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡ଼ିଲେ ମହିଳା ମାଓ କମାଣ୍ଡର। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ୱାଡା ଜିଲ୍ଲାରେ। ଇନ୍ଦ୍ରାବତୀ ଏରିଆ କମିଟିର ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ ମହିଳା ମାଓବାଦୀ ଜୟ ଇସ୍ତାମ । ମାଓ ସଙ୍ଗଠନ ପାଇଁ କାମ କରୁଥିବା ବେଳେ ସେଠାରେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଲକ୍ଷ୍ମଣଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। କିନ୍ତୁ କିଛି ଦିନ ପୂର୍ବରୁ ଲକ୍ଷ୍ମଣ ମାଓବାଦୀଙ୍କ ଠାରୁ ନିଜକୁ ଅଲଗା କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
ତେବେ ପ୍ରେମିକା ପୁଣି ଥରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଲକ୍ଷ୍ମଣ ଜୟ ଇସ୍ତାମଙ୍କୁ ଚିଠି ଲେଖିଥିଲେ। ଇସ୍ତାମଙ୍କୁ ମିଳିବା ପରେ ସେ ବି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ଦାନ୍ତେଓ୍ୱାଡ଼ା ପୁଲିସ ନିକଟରେ ଜୟ ଇସ୍ତାମ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ବିଭିନ୍ନ ମାମଲ ଥିବା ସହ ତାଙ୍କୁ ଧରାଇ ଦେବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।