ପ୍ରେମରେ ବିଫଳ ହୋଇ ରକ୍ତମୁଖା ହେଲା ଯୁବକ

ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲା ବନ୍ତରେ ଏକ ତରଫା ପ୍ରେମ କରି ପ୍ରେମିକ ଘଟାଇଛି ଉନ୍ମତ୍ତ କାଣ୍ଡ।  ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀ ଓ ତାଙ୍କ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛି ଯୁବକ।  ମୁହଁ ଓ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଆହତ ଅବସ୍ଥାରେ ବାପ-ଝିଅଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବନ୍ତ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଗତ ରାତିରେ […]

love-murder-1

love-murder-1

Tapas Behera
  • Published: Sunday, 01 December 2019
  • Updated: 01 December 2019, 03:52 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଜିଲ୍ଲା ବନ୍ତରେ ଏକ ତରଫା ପ୍ରେମ କରି ପ୍ରେମିକ ଘଟାଇଛି ଉନ୍ମତ୍ତ କାଣ୍ଡ।  ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀ ଓ ତାଙ୍କ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛି ଯୁବକ।  ମୁହଁ ଓ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଆହତ ଅବସ୍ଥାରେ ବାପ-ଝିଅଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବନ୍ତ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଗତ ରାତିରେ ଦଳପତି ଗାଁର ରବୀନ୍ଦ୍ର ସାହୁ ନିଜ ଝିଅ ସହ କଟକରୁ ଫେରୁଥିଲେ। କେନ୍ଦୁଆପଦା ଷ୍ଟେସନରୁ ଝିଅ ସହିତ ସ୍କୁଟିରେ ଘରକୁ ଆସୁଥିବା ବେଳେ ରାତି ୧୦ଟାରେ ରାଜା ନାମକ ଜଣେ ଯୁବକ ବାଇକରେ ଆସି ତାଙ୍କୁ ରାସ୍ତାରେ ଧକ୍କା ଦେଇଥିଲା। ଦୁହେଁ ପଡ଼ିଯିବା ପରେ ଖଣ୍ଡାରେ ଦୁହିଁଙ୍କୁ ଚୋଟ ପରେ ଚୋଟ ମାରିଥିଲା ।

ଯୁବତୀଙ୍କ ଗୋଡ଼ ଓ ଓଠକୁ ହାଣି ପକାଇଛି ଅଭିଯୁକ୍ତ।  ସେହିପରି ରବୀନ୍ଦ୍ରଙ୍କୁ ମଧ୍ୟ ହାଣି ପକାଇଛି ଅଭିଯୁକ୍ତ। ବାପ-ଝିଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ପହଞ୍ଚିବା ପରେ ରାଜା ଫେରାର ହୋଇଯାଇଥିଲା। ଲୋକେ ଉଭୟ ଆହତଙ୍କୁ ଡାକ୍ତରଖାନା ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos