ମୋହନା: ବସ୍ ଓଲଟି ଜଣେ ମୃତ, ୪୦ ଆହତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ କେନ୍ଦୁଘାଟି ନିକଟ ଲିଲିଗଡରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱରରୁ ରାୟଗଡା ଟିକିରି ଅଭିମୁଖେ ଯାଉଥିବା ‘ଚକାଡୋଳା’ ନାମକ ବସ୍ ଗତକାଲି ରାତି ପ୍ରାୟ ସାଢେ ଗୋଟାଏରେ ଏହି ଦୁର୍ଘଟଣା ଘଟିଥିଲା।