ମାଜିଷ୍ଟ୍ରେଟ୍ ସାଜିଲେ ଗ୍ରାହକ, ଏକ୍ସପାରୀ ମଦ ଧରିବାକୁ ନିଜେ ଧାଡ଼ିରେ ଛିଡ଼ା ହେଲେ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ମାଜିଷ୍ଟ୍ରେଟ୍ ସାଜିଲେ ଗ୍ରାହକ । ଏକ୍ସପାରୀ ମଦ ଅବାଧରେ ବିକ୍ରି ହେଉଥିବା  ଜାଣିବା ପରେ ଖୋଦ୍ ଏଡିଏମ୍ ଯାଇଥିଲେ ମଦ ଦୋକାନ।  ଆଉ ସେଠି ଧାଡ଼ିରେ ଛିଡ଼ା ହୋଇ ମଦ କିଣିଲେ। ମାତ୍ର ମଦ କିଣିବା ପରେ ତାହାର ଅବଧି ସରିଯାଇଥିବା ଦେଖିବାକୁ ପାଇଲେ। ଏହାପରେ ଅଭିଯୋଗର ସତ୍ୟତା ସମ୍ପର୍କରେ ଜାଣି ପାରିଥିଲେ । ଏପରି ଘଟଣା ଘଟିଛି ବ୍ରହ୍ମପୁରରେ । ଗତ କିଛି ଦିନ ଧରି ବ୍ରହ୍ମପୁର ସହରର ବିଭିନ୍ନ ମଦ ଦୋକାନରେ […]

berham-2

berham-2

Niharika Rout
  • Published: Thursday, 08 October 2020
  • Updated: 08 October 2020, 02:00 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ମାଜିଷ୍ଟ୍ରେଟ୍ ସାଜିଲେ ଗ୍ରାହକ । ଏକ୍ସପାରୀ ମଦ ଅବାଧରେ ବିକ୍ରି ହେଉଥିବା  ଜାଣିବା ପରେ ଖୋଦ୍ ଏଡିଏମ୍ ଯାଇଥିଲେ ମଦ ଦୋକାନ।  ଆଉ ସେଠି ଧାଡ଼ିରେ ଛିଡ଼ା ହୋଇ ମଦ କିଣିଲେ। ମାତ୍ର ମଦ କିଣିବା ପରେ ତାହାର ଅବଧି ସରିଯାଇଥିବା ଦେଖିବାକୁ ପାଇଲେ। ଏହାପରେ ଅଭିଯୋଗର ସତ୍ୟତା ସମ୍ପର୍କରେ ଜାଣି ପାରିଥିଲେ । ଏପରି ଘଟଣା ଘଟିଛି ବ୍ରହ୍ମପୁରରେ ।

ଗତ କିଛି ଦିନ ଧରି ବ୍ରହ୍ମପୁର ସହରର ବିଭିନ୍ନ ମଦ ଦୋକାନରେ ଅବଧି ସରିଥିବା ବିୟର ବିକ୍ରି ହେଉଥିବା ଅଭିଯୋଗ ଆସିଥିଲା। ଯାହାକୁ ନେଇ ବିଭିନ୍ନ ଦୋକାନରେ ଚଢ଼ଉ ହୋଇଛି । ଅବକାରୀ ବିଭାଗ  ଓ ପୁଲିସ୍ ଅଧିକାରୀ ପହଞ୍ଚି ଯାଞ୍ଚ କରିବା ସହ ମଦ ଜବତ କରିଛନ୍ତି । ସେଥିରେ ଅବଧି ସରିଥିବା ବିୟର୍ ଥିବା ଜଣାପଡ଼ିଛି । ଏହାକୁ ଯାଞ୍ଚ କରି ପରବର୍ତ୍ତି ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ୍ ଶ୍ୱେତ ଦାସ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos