ମହାନଦୀ ପାଇଁ ଅଟକିବ ରେଳ

<p>ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲକୁ କେନ୍ଦ୍ରର ଅଗ୍ରାହ୍ୟ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି ରେଳରୋକ ଡାକରା &nbsp;ଦେଇଛି। ସମିତି ପକ୍ଷରୁ ଆସନ୍ତାକାଲି ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ&nbsp; କେବଳ ମାଲଗାଡ଼ି ରୋକିବାକୁ ନିଷ୍ପତ୍ତି ନେଇଛି।&nbsp; ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ରେଳରୋକ କରାଯିବ ବୋଲି ସମିତି ଘୋଷଣା କରିଛି।</p> <p>ସୂଚନାଯୋଗ୍ୟ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ମନା କରିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ରାଜ୍ୟ ହକ୍&zwnj; ପାଇଁ ଏକାଠି ଲଢ଼ିବାକୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଗତକାଲି ବିଧାନସଭାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ବାଚସ୍ପତି ଡକାଇଥିବା ବୈଠକ ପରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ କେ.ଭି. ସିଂହଦେଓ, ଅମର ଶତପଥୀ, ବିକ୍ରମ ଆରୁଖ ପ୍ରମୁଖ ଯୋଗ ଦେଇଥିଲେ। ମହାନଦୀର ସୁରକ୍ଷା ଓ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏକାଠି ଲଢିବାକୁ ଏହି ବୈଠକରେ ସ୍ଥିର ହୋଇଥିଲା।</p>

Ordigital Desk
  • Published: Friday, 08 December 2017
  • Updated: 08 December 2017, 09:12 AM IST

Sports

Latest News

<p>ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲକୁ କେନ୍ଦ୍ରର ଅଗ୍ରାହ୍ୟ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି ରେଳରୋକ ଡାକରା &nbsp;ଦେଇଛି। ସମିତି ପକ୍ଷରୁ ଆସନ୍ତାକାଲି ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ&nbsp; କେବଳ ମାଲଗାଡ଼ି ରୋକିବାକୁ ନିଷ୍ପତ୍ତି ନେଇଛି।&nbsp; ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ରେଳରୋକ କରାଯିବ ବୋଲି ସମିତି ଘୋଷଣା କରିଛି।</p><p>ସୂଚନାଯୋଗ୍ୟ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ମନା କରିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ରାଜ୍ୟ ହକ୍&zwnj; ପାଇଁ ଏକାଠି ଲଢ଼ିବାକୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଗତକାଲି ବିଧାନସଭାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ବାଚସ୍ପତି ଡକାଇଥିବା ବୈଠକ ପରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ କେ.ଭି. ସିଂହଦେଓ, ଅମର ଶତପଥୀ, ବିକ୍ରମ ଆରୁଖ ପ୍ରମୁଖ ଯୋଗ ଦେଇଥିଲେ। ମହାନଦୀର ସୁରକ୍ଷା ଓ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏକାଠି ଲଢିବାକୁ ଏହି ବୈଠକରେ ସ୍ଥିର ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos