ପାର୍ଲାମେଣ୍ଟ ଯିବ ମହାନଦୀ: ସୁରକ୍ଷା ପାଇଁ ହେବ ସତ୍ୟାଗ୍ରହ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ନେଇ ଆସନ୍ତା ୧୮ ଓ ୧୯ ତାରିଖ ୨ ଦିନ ଧରି ପାର୍ଲାମେଣ୍ଟ ଆଗରେ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ  ଅଭିଯାନ। ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାନଦୀ ବିବାଦର ସମାଧାନ ପାଇଁ ତୁରନ୍ତ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖାଯିବାକୁ  ଏଥିରେ ନିଷ୍ପତ୍ତି ହୋଇଛି। ଏଥିରେ ଗଙ୍ଗା, ଯମୁନା, କାବେରୀ, ଗୋଦାବରୀ, କ୍ରିଷ୍ଣା ଓ ବ୍ରହ୍ମପୁତ୍ର ପ୍ରଭୃତି ନଦୀର ସୁରକ୍ଷା ପାଇଁ ଲଢୁଥିବା ବ୍ୟକ୍ତିମାନେ ଯୋଗ ଦେବେ।

ଏଥିସହ କାଲିଠୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାକୁ ଆନ୍ଦୋଳନ ସହ ଜଡ଼ିତ ଥିବା ୧୩ଟି ଦଳର ସାଂସଦଙ୍କୁ ଅନୁରୋଧ କରାଯାଇଛି।

ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଛତିଶଗଡ଼ ସରକାର ଉପରେ ଚାପ ପ୍ରୟୋଗ କରି ବ୍ୟାରେଜ ନିର୍ମାଣ କାମ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଛତିଶଗଡ଼ର ବିଜେପି ସରକାର ଓ ଓଡ଼ିଶାର ବିଜେଡି ସରକାର ଶିଳ୍ପପତିଙ୍କ ନିକଟରେ ମହାନଦୀକୁ ବିକି ଦେଇଥିବା ପ୍ରସାଦ ଅଭିଯୋଗ କରିଛନ୍ତି। ଆଗକୁ ରାଜ୍ୟରେ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରସାଦ ଚେତାବନୀ ଦେଇଛନ୍ତି ।

https://www.youtube.com/watch?v=e5Yct_JSro8

Ordigital Desk
• Published: Thursday, 14 December 2017
• Updated: 14 December 2017, 08:14 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos