ମହାନଦୀ ବିବାଦ: ଜୁଲାଇ ୧୩କୁ ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପ୍ରଭାବ ମହାନଦୀ ଜଳ ବିବାଦର ଶୁଣାଣି ପ୍ରକ୍ରିୟା ଉପରେ ପଡ଼ିଛି।‘ଫୋନି’ ଯୋଗୁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତୃତୀୟ ସମନ୍ୱୟ ବୈଠକ ହୋଇପାରି ନଥିବାରୁ ଉଭୟ ରାଜ୍ୟ ସରକାର ଏଥିପାଇଁ ୪ ସପ୍ତାହ ସମୟ ଲୋଡ଼ିଥିଲେ। ଯାହାକୁ ବିଚାରକୁ ନେଇ ଟ୍ରାଇବ୍ୟୁନାଲ ଆଜି ହେବାକୁ ଥିବା ଶୁଣାଣି ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ତାରିଖକୁ ଧାର୍ଯ୍ୟ କରିଛନ୍ତି। ମହାନଦୀ ଟ୍ରାଇବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏଏମ୍ ଖାନୱଲିକରଙ୍କ ଅଧ୍ୟକ୍ଷତାରେ […]

mahanadi

mahanadi

Manoranjan Sial
  • Published: Saturday, 11 May 2019
  • Updated: 11 May 2019, 04:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପ୍ରଭାବ ମହାନଦୀ ଜଳ ବିବାଦର ଶୁଣାଣି ପ୍ରକ୍ରିୟା ଉପରେ ପଡ଼ିଛି।‘ଫୋନି’ ଯୋଗୁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତୃତୀୟ ସମନ୍ୱୟ ବୈଠକ ହୋଇପାରି ନଥିବାରୁ ଉଭୟ ରାଜ୍ୟ ସରକାର ଏଥିପାଇଁ ୪ ସପ୍ତାହ ସମୟ ଲୋଡ଼ିଥିଲେ। ଯାହାକୁ ବିଚାରକୁ ନେଇ ଟ୍ରାଇବ୍ୟୁନାଲ ଆଜି ହେବାକୁ ଥିବା ଶୁଣାଣି ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ତାରିଖକୁ ଧାର୍ଯ୍ୟ କରିଛନ୍ତି।

ମହାନଦୀ ଟ୍ରାଇବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏଏମ୍ ଖାନୱଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠଙ୍କୁ ଆଜି ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ବାତ୍ୟା ‘ଫୋନି’ ଯୋଗୁ ଦୁଇ ରାଜ୍ୟ ମଧ୍ୟରେ ତୃତୀୟ ସମନ୍ୱୟ ବୈଠକ ବସିପାରିନି ବୋଲି ଅବଗତ କରିବା ସହ ଅତିକମରେ ୪ ସପ୍ତାହ ସମୟ ଦେବା ପାଇଁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ତାରିଖରେ ଓଡ଼ିଶା ସରକାରଙ୍କ ଅନ୍ତରୀଣ ପିଟିସନର ଶୁଣାଣି କରି ଟ୍ରାଇବ୍ୟୁନାଲ ଉଭୟ ସରକାରଙ୍କୁ ଆପୋସ ଆଲୋଚନା ପାଇଁ ଆଉ ଏକ ପର୍ଯ୍ୟାୟ ବୈଠକ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଏବଂ ପରବର୍ତ୍ତୀ ଶୁଣାଣି ମେ' ୧୧ତାରିଖକୁ ଧାର୍ଯ୍ୟ କରିଥିଲେ।

ଓଡ଼ିଶା ସରକାର ଅଣମୌସୁମୀ ଋତୁରେ ଛତିଶଗଡ଼ ମହାନଦୀରୁ ୧.୭୪ ମିଲିୟନ ଏକର ଫୁଟ୍ ଜଳ ଓଡ଼ିଶାକୁ ଛାଡ଼ିବା ପାଇଁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos