ମହାପ୍ରଭୁଙ୍କ ନବକଳେବର ପ୍ରସଙ୍ଗ: ପିଛା ଛାଡୁନି ବିବାଦ

ପୁରୀ: ଆଉ ଅଳ୍ପ ଦିନ ପରେ ଶ୍ରୀଜୀଉଙ୍କ ନବକଳେବର ହେବ । ଏହା ମଧ୍ୟରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ତ୍ତନ ହୋଇ ସାରିଛି । ତେବେ ବିଭିନ୍ନ କାରଣକୁ ନେଇ ବିବାଦ ଚଳିତ ବ୍ରହ୍ମ ପରିବର୍ତ୍ତନ ନୀତିର ପିଛା ଛାଡୁନାହିଁ । ଏବେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଦଶାହ କାର୍ଯ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଶ୍ରୀମନ୍ଦିର ସତ୍ତ୍ୱଲିପିର କୌଣସି ସ୍ଥାନରେ ଦଶାହ ଓ ତ୍ରୟୋଦଶାହ ବିଧି ନ ଥିବା ମହାସୁଆର ନିଯୋଗ କହିଛି । […]

puri badadanda

puri badadanda

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 03:12 AM IST

Sports

Latest News

ପୁରୀ: ଆଉ ଅଳ୍ପ ଦିନ ପରେ ଶ୍ରୀଜୀଉଙ୍କ ନବକଳେବର ହେବ । ଏହା ମଧ୍ୟରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ତ୍ତନ ହୋଇ ସାରିଛି । ତେବେ ବିଭିନ୍ନ କାରଣକୁ ନେଇ ବିବାଦ ଚଳିତ ବ୍ରହ୍ମ ପରିବର୍ତ୍ତନ ନୀତିର ପିଛା ଛାଡୁନାହିଁ । ଏବେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଦଶାହ କାର୍ଯ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଶ୍ରୀମନ୍ଦିର ସତ୍ତ୍ୱଲିପିର କୌଣସି ସ୍ଥାନରେ ଦଶାହ ଓ ତ୍ରୟୋଦଶାହ ବିଧି ନ ଥିବା ମହାସୁଆର ନିଯୋଗ କହିଛି । ତେବେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ କହିଛନ୍ତି, ଅନାଦିକାଳରୁ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ ଦିନଠାରୁ ଦଇତାପତି ସେବାୟତମାନେ ଦଶାହ କାର୍ଯ୍ୟ କରି ଆସୁଛନ୍ତି ବୋଲି କହିଛନ୍ତି । ଯାହା ଏକ ନୂଆ ବିବାଦର ସୂତ୍ରପାତ କରିଛି । ଯାହାକୁ ନେଇ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଅସନ୍ତାଷ ପ୍ରକାଶ ପାଇବାରେ ଲାଗିଛି । ବ୍ରହ୍ମ ପରିବର୍ତ୍ତନରେ ଏପରି ବିଭ୍ରାଟ ଓ ବିବାଦ ଆଗକୁ ମହା ବିପତ୍ତିକୁ ଡାକି ଆଣୁଛି ବୋଲି ବହୁ ଭକ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରୁଛନ୍ତି ।chhatia niyagaଅନ୍ୟପକ୍ଷେ ପରିବର୍ତ୍ତନ ନୀତି ବିଭ୍ରାଟ ପାଇଁ ଦାୟୀ ଦଇତାପତି ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଛତିଶା ନିଯୋଗ ଦାବି କରିଛି । ଶୁକ୍ରବାର ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପଟ୍ଟଯୋଷୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନେଇ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି । ବୈଠକରେ ଆଗାମୀ ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସମସ୍ତ ବିଧିବିଧାନକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବନଯୋଗ ଦଳ ଦାରୁ ଚିହ୍ନଟ କରିବା ପରେ ଦାରୁ ଶ୍ରୀକ୍ଷେତ୍ର ଆସିଲା । ଦାରୁ ବିଭିନ୍ନ ସ୍ଥାନରେ ରଖାଯିବାକୁ ନେଇ ସେତେବେଳେ ଶୁଣିବାକୁ ମିଳିଲା ନାନା କଥା । ପରେ ଦାରୁ ନିର୍ମାଣ ସମୟକୁ ନେଇ ବିବାଦ ଦେଖାଦେଲା । ସବୁକୁ ବଳିଗଲା ବ୍ରହ୍ମ ପରିବର୍ତ୍ତନରେ ଘଟିଥିବା ଅହେତୁକ ବିଳମ୍ବ । ୧୫ ତାରିଖ ବିଳମ୍ବିତ ରାତିରେ ହେବାକୁ ଥିବେ ବ୍ରହ୍ମ ପରିବର୍ତ୍ତନ ୧୬ ତାରିଖ ଅପରାହ୍ନରେ ସରିଲା । ଶ୍ରୀମନ୍ଦିର ମଧ୍ୟରେ ଦଇତାପତିମାନଙ୍କ ମଧ୍ୟରେ ବିବାଦ ଯୋଗୁ ଏପରି ବିଳମ୍ବ ହୋଇଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରିବା ସହ କିଛି ଦଇତାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos