ମହାପ୍ରସାଦ ରନ୍ଧାରେ ପାଣି ବ୍ୟବହାର ପ୍ରସଙ୍ଗ: ପୂଜାପଣ୍ଡା ନିଯୋଗ ଓ ସୁଆର ମହାସୁଆରଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ

ପୁରୀ: ନୀଳାଚଳ ଉପବନ କୂଅ ପାଣିରେ ମହାପ୍ରସାଦ ରନ୍ଧା ଯିବା ନେଇ ପୂଜାପଣ୍ଡା ନିଯୋଗ ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ସମାଧାନ ପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ଓ ପୂଜାପଣ୍ଡା ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ପରମ୍ପରା ଅନୁଯାୟୀ ଗଙ୍ଗାଯମୁନା କୂଅରୁ ପାଣି ଆଣି ମହାପ୍ରସାଦ ରାନ୍ଧାଯିବା ଉପରେ ପୂଜାପଣ୍ଡା ନିଯୋଗ ଅଡି ବସିଥିଲା।  ପାଣି […]

puri

puri

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 03:35 AM IST

ପୁରୀ: ନୀଳାଚଳ ଉପବନ କୂଅ ପାଣିରେ ମହାପ୍ରସାଦ ରନ୍ଧା ଯିବା ନେଇ ପୂଜାପଣ୍ଡା ନିଯୋଗ ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ସମାଧାନ ପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ଓ ପୂଜାପଣ୍ଡା ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ପରମ୍ପରା ଅନୁଯାୟୀ ଗଙ୍ଗାଯମୁନା କୂଅରୁ ପାଣି ଆଣି ମହାପ୍ରସାଦ ରାନ୍ଧାଯିବା ଉପରେ ପୂଜାପଣ୍ଡା ନିଯୋଗ ଅଡି ବସିଥିଲା।  ପାଣି କମ୍ ଥିବାରୁ କମ୍ ମହାପ୍ରସାଦ ରନ୍ଧାଯାଉ ବୋଲି ପୂଜାପଣ୍ଡା ନିଯୋଗର ଉପସଭାପତି କହିଥିଲେ। ଅନ୍ୟପଟେ ଗଙ୍ଗାଯମୁନା କୂଅ ପାଣି ଅଭାବ ପଡିଲେ ଆବଶ୍ୟକ ସ୍ଥଳେ ନୀଳାଚଳ ଉପବନ କୂଅରୁ ବାଲିଟିରେ ପାଣି କାଢି ରନ୍ଧା କାର୍ଯ୍ୟ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ କହିଥିଲେ। ପରମ୍ପରା ଅନୁଯାୟୀ ଗଙ୍ଗାଯମୁନା କୂଅ ପାଣିରେ କୋଠଭୋଗ ନୀତି ଏବଂ ଭୋଗ ମଣ୍ଡପ କରାଯିବ । ଅନ୍ୟପକ୍ଷରେ ଗଙ୍ଗାଯମୁନା କୂଅର ସ୍ଥିତି ସଂପର୍କରେ ସାଇଣ୍ଟିଫିକ ଟିମ ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos