ଡିଜିପି ବିକେ ଶର୍ମା ଗଢ଼ିଲେ ନୂଆ ଟିମ୍, ସୁଧାଂଶୁ ଷଡ଼ଙ୍ଗୀ ପୁଲିସ କମିଶନର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିଜୟ କୁମାର ଶର୍ମା ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗରେ ଏଭଳି ବଡ଼ଧରଣର ଅଦଳବଦଳ ହୋଇଛି। ଶ୍ରୀ ଶର୍ମା ନିଜର ନୂଆ ଟିମ୍ ଗଢ଼ିଛନ୍ତି। ଆଇପିଏସ୍ ଓ ଓପିଏସସ୍ତରରେ ୩୯ଜଣ ବରିଷ୍ଠ ପୁଲିସ ଅଫିସରଙ୍କ ବଦଳି ହୋଇଛି।ଭୁବନେଶ୍ୱର-କଟକ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୁଲିସ କମିଶନର ହେବେ। ଗୃହ ବିଭାଗ […]

ips

ips

Manoranjan Sial
  • Published: Monday, 19 August 2019
  • Updated: 19 August 2019, 10:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିଜୟ କୁମାର ଶର୍ମା ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗରେ ଏଭଳି ବଡ଼ଧରଣର ଅଦଳବଦଳ ହୋଇଛି। ଶ୍ରୀ ଶର୍ମା ନିଜର ନୂଆ ଟିମ୍ ଗଢ଼ିଛନ୍ତି। ଆଇପିଏସ୍ ଓ ଓପିଏସସ୍ତରରେ ୩୯ଜଣ ବରିଷ୍ଠ ପୁଲିସ ଅଫିସରଙ୍କ ବଦଳି ହୋଇଛି।ଭୁବନେଶ୍ୱର-କଟକ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୁଲିସ କମିଶନର ହେବେ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୁଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କୁ ଅତିରିକ୍ତ ଡିଜି, କାରାଗାର ଓ କରେକ୍ସନାଲ ସର୍ଭିସର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଅତିରିକ୍ତ ଡିଜି ମହେନ୍ଦ୍ର ପ୍ରତାପଙ୍କୁ ପ୍ରିଣ୍ଟିଂ ପ୍ରେସ୍ ଆଣ୍ଡ ଷ୍ଟେସନାରୀ ନିର୍ଦ୍ଦେଶକ, ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡାଙ୍କୁ କଟକସ୍ଥିତ ପରିବହନ କମିଶନର, ଅତିରିକ୍ତ ଡିଜି ଆରପି କୋଚେଙ୍କୁ ଏଡିଜି, ଆଇନଶୃଙ୍ଖଳା ଓ ଆଇଜି ରାଜେଶ କୁମାରଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି ଇଣ୍ଟେଲିଜେନ୍ସ ଡିଆଇଜି ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ପଦ ସହ ଅତିରିକ୍ତ ଭାବେ ଏସଟିଏଫ ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ହୋଇଛି। ଦୀପ୍ତେଶ ପଟ୍ଟନାୟକଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବାଲେଶ୍ୱରରେ ଅବସ୍ଥାପିତ କରାଯାଇଥିବାବେଳେ ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ବ୍ରହ୍ମପୁର ଓ ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ସମ୍ବଲପୁରରେ ଅବସ୍ଥାପିତ କରାଯାଇଛି। ସେହିପରି ସଫିନ୍ ଅହମ୍ମଦଙ୍କୁ କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟରେ ଓ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ କଟକ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି।

ସେହିପରି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଇଜି ପର୍ସୋନେଲ, ଘନଶ୍ୟାମ ଉପାଧ୍ୟାୟଙ୍କୁ ଆଇଜି ଇଓଡବ୍ଲ୍ୟୁ, ଛୁଟିରେ ଫେରିଥିବା ଏନବି ଭାରତୀଙ୍କୁ ଏଚଆରପିସି ଆଇଜି, ଅମିତାଭ ଠାକୁରଙ୍କୁ ଆଇଜି ଅପରେସନ, ପିଏସ୍ ରଣପିସେଙ୍କୁ ଭିଜିଲାନ୍ସ ଆଇଜି, ରେଖା ଲୋହାନୀଙ୍କୁ ଆଇଜି ମଡର୍ଣ୍ଣାଇଜେସନ ଓ ପ୍ରୋଭିଜନିଂ, ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଆଇଜି ହୋମଗାର୍ଡ ଓ ଫାୟାର ସର୍ଭିସ, ଯତୀନ୍ଦ୍ର କୋଏଲଙ୍କୁ ଆଇଜି, ଷ୍ଟେଟ୍ ଆର୍ମଡ ପୁଲିସ୍ , ଅନିରୁଦ୍ଧ କୁମାର ସିଂହଙ୍କୁ ରାଜ୍ୟ ଗୁଇନ୍ଦା ୱିଙ୍ଗ ଇନଚାର୍ଜ ଡିଆଇଜି ଭାବେ ବଦଳି କରାଯାଇଛି।

ସେହିପରି ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ ଭୁବନେଶ୍ୱର ଟ୍ରାଫିକ ପୁଲିସ୍ ଇନଚାର୍ଜ ଡିସିପି ଭାବେ ବଦଳି କରାଯାଇଥିବାବେଳେ ଅଶ୍ୱିନୀ କୁମାରଙ୍କୁ ଇଓଡବ୍ଲ୍ୟୁ ଏସପି, ଓପିଏସ୍ ତ୍ରିନାଥ ପଟେଲଙ୍କୁ ରାଉରକେଲା ରେଳବାଇ ଥାନା ଏସପି, ସୁଧାଂଶୁ ଶେଖର ମିଶ୍ରଙ୍କୁ କଟକ କ୍ରାଇମବ୍ରାଞ୍ଚ ଏସପି ଓ ସାର୍ଥକ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story