ରାଜ୍ୟର ଅଧିକାଂଶ ନଦୀର ପାଣି ବିଷାକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧିକାଂଶ ନଦୀର ପାଣି ଏବେ ବିଷାକ୍ତ। ଭୁବନେଶ୍ୱରର ଗଙ୍ଗୁଆଠାରୁ ଆରମ୍ଭ କରି କଟକର କାଠଯୋଡ଼ି ପର୍ଯ୍ୟନ୍ତ ପ୍ରାୟ ସବୁ ନଦୀର ପାଣି ପ୍ରଦୂଷିତ। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ଗଙ୍ଗୁଆ ନାଳର ପାଣି ସର୍ବାଧିକ ମାତ୍ରାରେ ପ୍ରଦୂଷିତ। ଗଙ୍ଗୁଆ ନାଳର ପ୍ରତି ୧ ଲିଟର ପାଣିରେ ୧୯.୯ ମିଲିଗ୍ରାମର ବାୟୋକେମିକାଲ ଅକ୍ସିଜେନ୍ ଡିମାଣ୍ଡ ବା ବିଓଡି ରହିଛି। ସେହିପରି ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ। ରାଉରକେଲାରୁ ବିରିତୋଳ ମଧ୍ୟରେ  […]

ganguaa

ganguaa

Niranjan Mishra
  • Published: Friday, 07 October 2022
  • Updated: 07 October 2022, 04:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧିକାଂଶ ନଦୀର ପାଣି ଏବେ ବିଷାକ୍ତ। ଭୁବନେଶ୍ୱରର ଗଙ୍ଗୁଆଠାରୁ ଆରମ୍ଭ କରି କଟକର କାଠଯୋଡ଼ି ପର୍ଯ୍ୟନ୍ତ ପ୍ରାୟ ସବୁ ନଦୀର ପାଣି ପ୍ରଦୂଷିତ। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ରିପୋର୍ଟରୁ ଏହା ଜଣାପଡ଼ିଛି।

ତେବେ ଗଙ୍ଗୁଆ ନାଳର ପାଣି ସର୍ବାଧିକ ମାତ୍ରାରେ ପ୍ରଦୂଷିତ। ଗଙ୍ଗୁଆ ନାଳର ପ୍ରତି ୧ ଲିଟର ପାଣିରେ ୧୯.୯ ମିଲିଗ୍ରାମର ବାୟୋକେମିକାଲ ଅକ୍ସିଜେନ୍ ଡିମାଣ୍ଡ ବା ବିଓଡି ରହିଛି। ସେହିପରି ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ। ରାଉରକେଲାରୁ ବିରିତୋଳ ମଧ୍ୟରେ  ବ୍ରାହ୍ମଣୀ ନଦୀର ପାଣି ସର୍ବାଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି। ଏଠାରେ ବ୍ରାହ୍ମଣୀ ନଦୀର ବିଓଡି ରହିଛି ୬.୩ ମିଲିଗ୍ରାମ।

ରାଉରକେଲାର ଗୁରୁଡିହ ନାଳ, ଭୁବନେଶ୍ୱର ଉପକଣ୍ଠରେ ପ୍ରବାହିତ ଦୟା ଓ କାଠଯୋଡ଼ି ନଦୀ ସମେତ ପୁରୀର ମଙ୍ଗଳା ନଦୀ ପ୍ରଦୂଷିତ। ସେହିପରି ତାଳଚେରର ନନ୍ଦିରାଝୋର, ବାଙ୍ଗୁରୁନାଳ, କୁସୁମୀ, ସମ୍ବଲପୁରରୁ ବାହାରିଥିବା ମହାନଦୀ ସମେତ ପୁରୀ କଣାସ ଲୁଣା ନଦୀ, ରତ୍ନଚିରା ନଦୀ, ରାୟଗଡ଼ାର ନାଗାବଳି, ବାରିପଦାର ବୁଢ଼ାବଳଙ୍ଗ, ଗଞ୍ଜାମର ଋଷିକୂଲ୍ୟା ମଧ୍ୟ ପ୍ରଦୂଷିତ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ପାର୍ବଣ ପୂର୍ବରୁ ନଦୀର ଏ ସ୍ଥିତି ଥିବାବେଳେ ପାର୍ବଣ ପରେ ସ୍ଥିତି ଯେ କଣ ହେବ ସେନେଇ ପରିବେଶବିତ୍‌ମାନେ ଉଦବେଗ ପ୍ରକାଶ କରିଛନ୍ତି।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହି ରିପୋର୍ଟ ଦାଖଲ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos