ଥଟ୍ଟାମଜାରୁ ଯୁବକଙ୍କୁ କଚାଡ଼ି ମାରିଦେଲେ!

ପିପିଲି (ଦ୍ଵିତୀକୃଷ୍ଣ ପଟ୍ଟନାୟକ): ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପିପିଲି ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ପିପିଲି ଥାନା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମୂର୍ଦ୍ଧନୀପୁର ଗାଁରେ ସୁରେନ୍ଦ୍ର ବେହେରାଙ୍କ ସହିତ ବ୍ରହ୍ମପୁର ଗାଁର ପ୍ରଫୁଲ୍ଲ କୁମାର ଦଳେଇ (ବାବାଜୀ) ଥଟ୍ଟାମଜା କରିଥିଲେ। ଏଥିରେ ସୁରେନ୍ଦ୍ର ରାଗି ଯାଇ ପ୍ରଫୁଲ୍ଲଙ୍କୁ ଅଶ୍ଳୀଳ ଭାଷାରେ […]

making

making

Manoranjan Sial
  • Published: Monday, 31 December 2018
  • Updated: 31 December 2018, 06:23 PM IST

Sports

Latest News

ପିପିଲି (ଦ୍ଵିତୀକୃଷ୍ଣ ପଟ୍ଟନାୟକ): ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପିପିଲି ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ପିପିଲି ଥାନା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମୂର୍ଦ୍ଧନୀପୁର ଗାଁରେ ସୁରେନ୍ଦ୍ର ବେହେରାଙ୍କ ସହିତ ବ୍ରହ୍ମପୁର ଗାଁର ପ୍ରଫୁଲ୍ଲ କୁମାର ଦଳେଇ (ବାବାଜୀ) ଥଟ୍ଟାମଜା କରିଥିଲେ। ଏଥିରେ ସୁରେନ୍ଦ୍ର ରାଗି ଯାଇ ପ୍ରଫୁଲ୍ଲଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏହି କଥାରେ ପ୍ରଫୁଲ୍ଲ ଉତ୍ତେଜିତ ହୋଇ ସୁରେନ୍ଦ୍ରଙ୍କୁ ମାଡ଼ ମାରିଥିଲେ। ପରେ ସେ ତାଙ୍କୁ ଟେକି ଜୋରରେ କଚାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସୁରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos