ପୁରୀ: ନବକଳେବର ରଥଯାତ୍ରା ସମୟରେ ମାଳତିପାଟପୁରଠାରେ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ବସ ଟର୍ମିନାଲ । ତେବେ ରଥଯାତ୍ରା ପରେ ଏବେ ଏଠାକୁ ବସଟିଏ ବି ଆସୁନାହିଁ । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଏହି ବସ ଟର୍ମିନାଲକୁ ନେଇ ଏବେ ରାଜନୀତି ଜୋର ଧରିଛି । ସରକାରଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ ହେବାକୁ ପଡୁଛି । ଏପରି ସ୍ଥିତିରେ ଏହି ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏ ନେଇ ନବକଳେବର ଭିତ୍ତିଭୂମି ବିକାଶ ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୩ ଏକର ପରିମିତ ଯାଗାରେ ଅଟୋ ନଗର କରାଯିବ। ପୁରୀରୁ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସିଟିବସ ଚଳାଚଳ କରିବ ବୋଲି ସେ କହିଛନ୍ତି । ସରକାରଙ୍କ ଏହି ଯୋଜନାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦୁଇ ସନ୍ତାନ ପାଇଁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।
Politics
ବିଧାୟକଙ୍କୁ ପିଟି ଛଡ଼ାଇନେଲେ ସୁନା ଚେନ୍
ଆକ୍ରମଣକାରୀମାନେ ବବି ଭାଇ ଜିନ୍ଦାବାଦ୍ ନାରା ପକାଇଥିବା ଅଭିଯୋଗ କରିଛନ୍ତି ବିଧାୟକ।
Crime
ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ
ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Miscellaneous
‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ୨୪ରେ ଆସିବ କେନ୍ଦ୍ରୀୟ ଟିମ୍
କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ।
Education
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।