ମାଲକାନଗିରି: ଅଗଷ୍ଟ୧୫ରେ ମାଓବାଦୀଙ୍କ ବନ୍ଦ ଡାକରା, ଜେଲରେ ଥିବା ସାଥୀଙ୍କୁ ଛାଡ଼ିବାକୁ ଦାବି

ମାଲକାନଗିରି: ଜୁଲାଇ୨୭ ତାରିଖରୁ ମାଓବାଦୀ ପକ୍ଷରୁ ଆରମ୍ଭ ହୋଇଛି ସହିଦ ସପ୍ତାହ।  ଆଜି ଏହି ସପ୍ତାହର ସପ୍ତମ ଦିନରେ ସିପିଆଇ ମାଓବାଦୀମାନେ କୋରାପୁଟ-ମାଲକାନଗିରି ଜିଲା ସୀମାନ୍ତ ବଡଡୁରାଲ ନିକଟସ୍ଥ ସହିଦ ସ୍ତମ୍ଭରେ ବ୍ୟାନର ଲଗାଯାଇ ନିଜର ମୃତ ସାଥୀମାନଙ୍କୁ ସ୍ମରଣ କରିଥିଲେ। ଏହି ଅବସରରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ମାଲକାନଗିରି ଜିଲ୍ଲାରେ ବନ୍ଦୀ ଥିବା ମାଓବାଦୀମାନଙ୍କୁ ମୁକ୍ତ କରିବାକୁ ଏହି ପୋଷ୍ଟରଗୁଡ଼ିକରେ ସେମାନେ ଦାବି କରିଛନ୍ତି। ଏଥିପାଇଁ ଅଗଷ୍ଟ ୧୫ ତାରିଖରେ ସେମାନେ ବନ୍ଦ […]

malkangiri

malkangiri

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 07:23 AM IST

Sports

Latest News

ମାଲକାନଗିରି: ଜୁଲାଇ୨୭ ତାରିଖରୁ ମାଓବାଦୀ ପକ୍ଷରୁ ଆରମ୍ଭ ହୋଇଛି ସହିଦ ସପ୍ତାହ।  ଆଜି ଏହି ସପ୍ତାହର ସପ୍ତମ ଦିନରେ ସିପିଆଇ ମାଓବାଦୀମାନେ କୋରାପୁଟ-ମାଲକାନଗିରି ଜିଲା ସୀମାନ୍ତ ବଡଡୁରାଲ ନିକଟସ୍ଥ ସହିଦ ସ୍ତମ୍ଭରେ ବ୍ୟାନର ଲଗାଯାଇ ନିଜର ମୃତ ସାଥୀମାନଙ୍କୁ ସ୍ମରଣ କରିଥିଲେ। ଏହି ଅବସରରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ମାଲକାନଗିରି ଜିଲ୍ଲାରେ ବନ୍ଦୀ ଥିବା ମାଓବାଦୀମାନଙ୍କୁ ମୁକ୍ତ କରିବାକୁ ଏହି ପୋଷ୍ଟରଗୁଡ଼ିକରେ ସେମାନେ ଦାବି କରିଛନ୍ତି। ଏଥିପାଇଁ ଅଗଷ୍ଟ ୧୫ ତାରିଖରେ ସେମାନେ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ଏଥିରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଦୀର୍ଘଦିନର ନିରବତା ପରେ ଏଠାରେ ମାଓ ପୋଷ୍ଟର ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos