ମାଲକାନଗିରି: କଟେକଲ୍ୟାଣ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

maoମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା କଟେକଲ୍ୟାଣ ଜଙ୍ଗଲରେ ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ  କମ୍ୱିଂ ବେଳେ ଏକ ମାଓ ଶିବିର ଠାବ କରାଯାଇଛି । ସେଠାରୁ ପୋଲିସ ତିନିଟି ବନ୍ଧୁକ ଓ ତିନିଟି ଲ୍ୟାଣ୍ଡ ମାଇନ୍  ସହ ତାର, ଲାପଟପ୍, ମାଓ ପୋଷାକ, ପୋଷ୍ଟର, ମୋଟର ବାଇକ, ମୋବାଇଲ୍ ଭଳି ବହୁ ମାଓ ସାମଗ୍ରୀ ଜବତ କରିଛି ।

ନିକଟରେ ହୋଇଥିବା କୁମ୍ୱିଂ ଅପରସେନ ବେଳେ ମାଓବାଦୀମାନେ ଏହି ଶିବିର ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି ।