ମାଲକାନଗିରି ଏସପିଙ୍କ ନିକଟରେ ୫ ମାଓବାଦୀଙ୍କ ଆତ୍ମସମର୍ପଣ  

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ  କରିଛନ୍ତି। ସେମାନେ ହେଲେ ରାଜୁ ମାଡକାମୀ, ଲୋକା କବୀସୀ, ଭୀମେ ମାଢୀ, ସୋମା ପଡିଆମୀ, ଦେବେ ମାଡକାମୀ। ଏମାନଙ୍କ ମଧ୍ୟରେ ଦୁଇ ମହିଳା ମାଓବାଦୀ ରହିଛନ୍ତି। ଆନ୍ଧ୍ର ଓ ଛତିଶଗଡର ବିଭନ୍ନ ମାଓ ହିଂସାରେ ସାମିଲ ଥିବା ସହ ମୋବାଇଲ ଟାୱାର ବ୍ଲାଷ୍ଟ, ନିର୍ବାଚନୀ ହିଂସା, ଏମପିଭି-୨୧ ନିର୍ବାଚନୀ ହିଂସା, ଦାମନଯୋଡ଼ି ଆକ୍ରମଣ ଓ ପୋଲିସ୍ ଇନଫୋର୍ମର ସନ୍ଦେହରେ ବହୁ ଲୋକଙ୍କୁ ହତ୍ୟା ପରି ଅନେକ […]

malkangiri

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 10:37 AM IST

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ  କରିଛନ୍ତି। ସେମାନେ ହେଲେ ରାଜୁ ମାଡକାମୀ, ଲୋକା କବୀସୀ, ଭୀମେ ମାଢୀ, ସୋମା ପଡିଆମୀ, ଦେବେ ମାଡକାମୀ। ଏମାନଙ୍କ ମଧ୍ୟରେ ଦୁଇ ମହିଳା ମାଓବାଦୀ ରହିଛନ୍ତି। ଆନ୍ଧ୍ର ଓ ଛତିଶଗଡର ବିଭନ୍ନ ମାଓ ହିଂସାରେ ସାମିଲ ଥିବା ସହ ମୋବାଇଲ ଟାୱାର ବ୍ଲାଷ୍ଟ, ନିର୍ବାଚନୀ ହିଂସା, ଏମପିଭି-୨୧ ନିର୍ବାଚନୀ ହିଂସା, ଦାମନଯୋଡ଼ି ଆକ୍ରମଣ ଓ ପୋଲିସ୍ ଇନଫୋର୍ମର ସନ୍ଦେହରେ ବହୁ ଲୋକଙ୍କୁ ହତ୍ୟା ପରି ଅନେକ ଘଟଣାରେ ସାମିଲ ଥିବା ପୋଲିସ କହିଛି। ତେବେ ପୂର୍ବରୁ ରାଜୁ ଓ ସୋମାଙ୍କ ପାଇଁ ଏକ ଲକ୍ଷ ଟଙ୍କ।ର ପୁରସ୍କାର ରାଶି ପୋଲିସ ଘୋଷଣା କରିଥିଲା। ମାଓବାଦୀ କ୍ୟାମ୍ପରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ  ଦଳ ଛାଡିଥିବା କହିଥିବାବେଳେ ସରକାରୀ ନିୟମ ଅନୁଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।

Related story