କରୋନା: ସଂପୂର୍ଣ୍ଣ ଭାବେ ବନ୍ଦ ହେବନି ସପିଂ ମଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ନେଇ ସପିଂ ମଲ୍ ସଂପର୍କରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା। ସପିଂ ମଲ୍ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବନି। ମଲରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ମଲରେ ଥିବା ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଔଷଧ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି। ଆବଶ୍ୟକ ନଥିଲେ ମଲ୍ ନଯିବାକୁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ। ସେହିପରି ପିଡିଏସ୍ ସାମଗ୍ରୀ ଯୋଗାଣ ନେଇ ସୁବ୍ରତ ବାଗଚୀ କହିଛନ୍ତି […]

9098-1

9098-1

Tapas Behera
  • Published: Tuesday, 17 March 2020
  • Updated: 17 March 2020, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ନେଇ ସପିଂ ମଲ୍ ସଂପର୍କରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା। ସପିଂ ମଲ୍ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବନି। ମଲରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ମଲରେ ଥିବା ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଔଷଧ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି।

ଆବଶ୍ୟକ ନଥିଲେ ମଲ୍ ନଯିବାକୁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ। ସେହିପରି ପିଡିଏସ୍ ସାମଗ୍ରୀ ଯୋଗାଣ ନେଇ ସୁବ୍ରତ ବାଗଚୀ କହିଛନ୍ତି ଯେ, ବୃଦ୍ଧ, ବୃଦ୍ଧାମାନଙ୍କୁ ସେମାନଙ୍କ ଘରେ ରାସନ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ବିତରଣ କର୍ମଚାରୀ ଘରେ ପହଞ୍ଚି ରାସନ ସାମଗ୍ରୀ ଯୋଗାଇବେ। ଆସନ୍ତାକାଲି ଠାରୁ ଗ୍ରାମାଞ୍ଚଳରେ କରୋନା ନେଇ ସଚେତନତା କରାଯିବ। ୧୯ରେ ସବୁ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ୨୦ରେ ପଞ୍ଚାୟତ ସମିତି ଓ ୨୧ରେ ଜିଲ୍ଲା ପରିଷଦସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos