ବିଜେଡି ବିଧାୟକଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଲେ ଅପରାଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକଙ୍କ ବିରୋଧରେ ଜଣେ ହାର୍ଡକୋର୍ ଅପରାଧୀ ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛି। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଯୋଗୁ ତାକୁ ଗିରଫ କରାଯାଇଛି ବୋଲି କହିଛି ହାର୍ଡକୋର୍ ଅପରାଧୀ ମାଧ ଖୁଣ୍ଟିଆ। ସେ କହିଛି -“ପାଣି ପଞ୍ଚାୟତରେ ଦୁର୍ନୀତି ହୋଇଛି। ବିଧାୟକ ପିସି ନେଇ ନିମ୍ନମାନର କାମ କରୁଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ମୋତେ ଗିରଫ କରାଗଲା।” ଟିଟୋ ଲିଙ୍କ୍ ଅଭିଯୋଗରେ ଗତକାଲି ମାଧକୁ ବଲାଙ୍ଗିରରୁ ଗିରଫ କରିଥିଲା ପୁଲିସ। […]

niali

niali

Manoranjan Sial
  • Published: Friday, 28 September 2018
  • Updated: 28 September 2018, 05:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକଙ୍କ ବିରୋଧରେ ଜଣେ ହାର୍ଡକୋର୍ ଅପରାଧୀ ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛି। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଯୋଗୁ ତାକୁ ଗିରଫ କରାଯାଇଛି ବୋଲି କହିଛି ହାର୍ଡକୋର୍ ଅପରାଧୀ ମାଧ ଖୁଣ୍ଟିଆ।

ସେ କହିଛି -“ପାଣି ପଞ୍ଚାୟତରେ ଦୁର୍ନୀତି ହୋଇଛି। ବିଧାୟକ ପିସି ନେଇ ନିମ୍ନମାନର କାମ କରୁଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ମୋତେ ଗିରଫ କରାଗଲା।”

ଟିଟୋ ଲିଙ୍କ୍ ଅଭିଯୋଗରେ ଗତକାଲି ମାଧକୁ ବଲାଙ୍ଗିରରୁ ଗିରଫ କରିଥିଲା ପୁଲିସ।

ମାଧର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ।

ସେ କହିଛନ୍ତି-“ଚୋରି ଡକାୟତି ପେସାରେ ଥିବା ଲୋକ ଦୁର୍ନୀତି କଥା କ’ଣ କହିବ? ସେ ଶହଶହ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ତା’ ସହିତ ମୋର କି ସମ୍ପର୍କ? ତାକୁ କିଏ ଶିଖେଇଥିବ କହିବା ପାଇଁ। ପାଣି ପଞ୍ଚାୟତ ଏକ ସ୍ୱୟଂଚାଳିତ ସଂସ୍ଥା। ଏଥିରେ ମୋର ଭୂମିକା କିଛି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos