ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚୋରି ଅଭିଯୋଗରେ ଗିରଫ ଯୁବକକୁ କୋର୍ଟ ଚାଲାଣ ପାଇଁ ପୁଲିସ ଆଣୁଥିଲା। ମାତ୍ର ଅଧାରାସ୍ତାରେ ପୁଲିସକୁ ଚକ୍ମା ଦେଇ ନଦୀକୁ ଡେଇଁ ପଡ଼ିଛି ଅଭିଯୁକ୍ତ ଯୁବକ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ତାକୁ ଖୋଜୁଛନ୍ତି। ମାତ୍ର ତା'ର ପତ୍ତା ମିଳିନଥିବା ଜଣାପଡ଼ିଛି।
ରାଉରକେଲା ଟିମ୍ବର କଲୋନୀରେ ରହୁଥିବା କୁନ୍ଦନ ସାହୁ ଶୁକ୍ରବାର ରାତିରେ କିଛି ସାଥୀଙ୍କ ସହ ଟ୍ରେନରେ ଝାରଖଣ୍ଡର ଚକ୍ରଧରପୁର ଯାଇଥିଲା। ସେଠାରେ ସେ ନନ୍ଦପଡ଼ାର ଭୋଲୁ କର୍ମକାରଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଭୋଲୁଙ୍କ ପରିବାର ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ। ତେବେ ତା'ର ଅନ୍ୟ ସାଥୀମାନେ ସେଠାରୁ ଚମ୍ପଟ ମାରିଥିଲେ।
ଆଜି ଅପରାହ୍ନରେ କୁନ୍ଦନଙ୍କୁ ପୁଲିସ ଧରି କୋର୍ଟ ଚାଲାଣ ପାଇଁ ଆଣୁଥିଲା। ଏହି ସମୟରେ କୁନ୍ଦନ ପୁଲିସ ହାତରୁ ଖସିଯାଇ ନଦୀକୁ ଡେଇଁ ପଡ଼ିଥିଲା । ନଦୀରେ ପାଣି ଅଧିକ ଥିବାରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନିଖୋଜ କୁନ୍ଦନକୁ ଠାବ କରିବାରେ ସମସ୍ୟା ଦେଖା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।