ବିବାହିତା ଭାଣିଜୀକୁ ଦୁଷ୍କର୍ମ କରି ବନ୍ଧା ହେଲା ମାମୁ

ବାଲିଗୁଡ଼ା (ଅଜିତ ନାୟକ): ବିବାହିତା ଭାଣିଜୀକୁ ଦୁଷ୍କର୍ମ କରି ଜେଲ ଗଲା ମାମୁ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଓରା ଅଞ୍ଚଳରେ। କୋଟଗଡ଼ ପୁଲିସ ଅଭିଯୁକ୍ତ ଦାମୋଦର ନାୟକଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି।

ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ନିଜ ବାପ ଘରକୁ ବୁଲିବାକୁ ଆସିଥିଲେ। ଗତ ୧୯ ତାରିଖରେ ରାତିରେ ସେ ଘର ପଛପଟ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ମାମୁ ଦାମୋଦର ନାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏହି କଥା ଘର ଲୋକଙ୍କୁ କହିଲେ ଜୀବନରୁ ମାରି ଦେବାକୁ ଦାମୋଦର ତାଙ୍କ ଭାଣିଜୀଙ୍କୁ ଧମକ ଚମକ ଦେଇଥିଲେ। କିନ୍ତୁ ଭାଣିଜୀ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ପରେ ପରିବାର ଲୋକ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦାମୋଦର ନାୟକଙ୍କୁ ଗତକାଲି ଗିରଫ କରି ଜେଲ ପଠାଇ ଦେଇଛି। ଦାମୋଦର ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ଛୁଆ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।