କ୍ରୋଧୀ ସ୍ୱାମୀର ଜଘନ୍ୟ କାଣ୍ଡ: ଘରୋଇ କଳି ପାଇଁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀକୁ

ଟିଟିଲାଗଡ଼: ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ଟାଙ୍ଗରପଡ଼ାରେ। ଗତକାଲି ରାତିରେ ଅନୀଲ ସିଂ ଓ ତାଙ୍କ ସ୍ତ୍ରୀ ପୂଜା ସୁନାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅନୀଲ ତାଙ୍କ ସ୍ତ୍ରୀଙ୍କ ତଣ୍ଟି ଚିପି  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ୭ବର୍ଷ ତଳେ ଅନୀଲ ପୂଜାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ତାଙ୍କର ଏକ […]

death

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 10:51 AM IST

ଟିଟିଲାଗଡ଼: ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ଟାଙ୍ଗରପଡ଼ାରେ। ଗତକାଲି ରାତିରେ ଅନୀଲ ସିଂ ଓ ତାଙ୍କ ସ୍ତ୍ରୀ ପୂଜା ସୁନାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅନୀଲ ତାଙ୍କ ସ୍ତ୍ରୀଙ୍କ ତଣ୍ଟି ଚିପି  ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତ ୭ବର୍ଷ ତଳେ ଅନୀଲ ପୂଜାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ତାଙ୍କର ଏକ ୨ ବର୍ଷର ଝିଅ ଅଛି।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରହିଛି।

Related story