ଗାମୁଛା ଶୁଖାଉ ଥିବାବେଳେ ଚାଲିଗଲା ଯୁବକଙ୍କ ଜୀବନ, ସାଙ୍ଗରେ ଚାଲିଗଲେ ଜେଜେମା’

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଂଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କୋକଲୁଣ୍ଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ଓ ତାଙ୍କ ନାତିଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶିଶୁଳା ଜେନା (୭୨) ଓ ରାଜେଶ ଜେନା(୨୦)। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ତିନିଟା ବେଳେ ରାଜେଶ ଗାଧୋଇ ସାରି ନିଜର ଓଦା ଚଦରକୁ ଘରେ ଏକ ଲୁହା ରଡ୍‌ରେ ଶୁଖାଇବା ସମୟରେ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିଲେ। ନାତି ଛଟପଟ ହେଉଥିବା ଦେଖି […]

dead1

dead1

Jitendra Garnayak
  • Published: Wednesday, 12 February 2020
  • Updated: 12 February 2020, 05:51 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଂଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କୋକଲୁଣ୍ଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ଓ ତାଙ୍କ ନାତିଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶିଶୁଳା ଜେନା (୭୨) ଓ ରାଜେଶ ଜେନା(୨୦)।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ତିନିଟା ବେଳେ ରାଜେଶ ଗାଧୋଇ ସାରି ନିଜର ଓଦା ଚଦରକୁ ଘରେ ଏକ ଲୁହା ରଡ୍‌ରେ ଶୁଖାଇବା ସମୟରେ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିଲେ। ନାତି ଛଟପଟ ହେଉଥିବା ଦେଖି ଶିଶୁଳା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଓ ସେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲ୍‌ ନେଇଥିଲେ। ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ସେଠାରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି।

ରାଜେଶଙ୍କ ସଂପର୍କୀୟ ଭାଇ ପଞ୍ଚାନନ ଜେନାଙ୍କ କହିବା ଅନୁସାରେ ତାଙ୍କ ଘରଟି ମାସେ ଦୁଇ ମାସ ହେଲା ଶର୍ଟ ହୋଇରହିଥିଲା। ଘରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଆଘାତ ଲାଗୁଥିଲା।

ସୂଚନାଯୋଗ୍ୟ, ଗତ ରବିବାର ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସେମାନେ ଏକ ନିର୍ବନ୍ଧ କାର୍ଯ୍ୟ ପାଇଁ ଯାଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୪ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ତା’ସହିତ ବସ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos