ଟ୍ରଲିରେ ପତ୍ନୀଙ୍କୁ ସାକ୍ଷୀଗୋପାଳରୁ କଟକ ଆଣିଲେ ସ୍ୱାମୀ

କଟକ(ଓଡ଼ିଶା ରିପୋର୍ଟର): ସାରା ଜୀବନ ହାତ ଧରି ବାଟ ଚାଲିବେ ବୋଲି ପ୍ରତିଶୁତି ଦେଇଥିଲେ। ଜୀବନରେ ଯେତେ ବାଧାବିଘ୍ନ, ଝଡ଼ଝଞ୍ଜା ଆସୁ ପଛେ ପର କରିବେନି ବୋଲି କଥା ବି ଦେଇଥିଲେ। ଆଉ କଥା ଦେଇ କଥା ରଖିଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇ। ବୟସ ଗଡ଼ିଗଲାଣି। ଅଣ୍ଟା ସଳଖି ଛିଡ଼ା ହେବାକୁ ଦେହରେ ଜୁ ନାହିଁ। ପାଖରେ ଟଙ୍କା ନ ଥିବା ବେଳେ ରୋଗିଣା ପତ୍ନୀଙ୍କ କଷ୍ଟ ମଧ୍ୟ ସହି ହେଲାନି। ଶେଷରେ […]

kabir-1

kabir-1

Niharika Rout
  • Published: Saturday, 10 October 2020
  • Updated: 10 October 2020, 01:59 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସାରା ଜୀବନ ହାତ ଧରି ବାଟ ଚାଲିବେ ବୋଲି ପ୍ରତିଶୁତି ଦେଇଥିଲେ। ଜୀବନରେ ଯେତେ ବାଧାବିଘ୍ନ, ଝଡ଼ଝଞ୍ଜା ଆସୁ ପଛେ ପର କରିବେନି ବୋଲି କଥା ବି ଦେଇଥିଲେ। ଆଉ କଥା ଦେଇ କଥା ରଖିଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇ।

ବୟସ ଗଡ଼ିଗଲାଣି। ଅଣ୍ଟା ସଳଖି ଛିଡ଼ା ହେବାକୁ ଦେହରେ ଜୁ ନାହିଁ। ପାଖରେ ଟଙ୍କା ନ ଥିବା ବେଳେ ରୋଗିଣା ପତ୍ନୀଙ୍କ କଷ୍ଟ ମଧ୍ୟ ସହି ହେଲାନି। ଶେଷରେ  ଭଡା ଗାଡି କି ଆମ୍ବୁଲାନ୍ସ ଯୋଗାଡ଼ କରି ନ ପାରି ଶେଷ ଆଶା ସ୍ୱରୂପ ଟ୍ରଲିରେ ପୁରୀ ସାକ୍ଷୀଗୋପାଳରୁ ପତ୍ନୀଙ୍କୁ  ନେଇ ଆସିଲେ କଟକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଓଏମ୍‌ପି ଛକରେ  ।

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର କବିର ଭୋଇଙ୍କ ପତ୍ନୀ ସୁକାନ୍ତି ଭୋଇ ୧୦ ଦିନ ପୂର୍ବରୁ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ କବିର ତାଙ୍କୁ   ପୁରୀ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ୫ ଦିନର ଚିକିତ୍ସା ପରେ ସୁକାନ୍ତି ଘରକୁ ଫେରିଥିଲେ । ମାତ୍ର ଗାଁରେ ସୁକାନ୍ତିଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ କବିର ତାଙ୍କୁ କଟକ ବଡ ଡାକ୍ତରଖାନା ନେବାକୁ ଚିନ୍ତା କରିଥିଲେ ।

ହେଲେ  ବାଟ ଓଗାଳିଲା ଅର୍ଥାଭାବ। ପାଖରେ ଟଙ୍କା ନ ଥିବାରୁ ଭଡା ଗାଡି କିମ୍ବା ଏବଂ ଆମ୍ବୁଲାନ୍ସ କରିବାକୁ ସମର୍ଥ ହେଲେ ନାହିଁ  କବିର। ଅଟୋ ସାକ୍ଷିଗୋପାଳରୁ କଟକ ଛାଡ଼ି ଦେବାକୁ ୧୨ ଶହ ଟଙ୍କା କହିଲା। କିନ୍ତୁ ଆଶା ଛାଡ଼ି ନ ଥିବା କବିର ପତ୍ନୀଙ୍କୁ କଟକ ନେବା ପାଇଁ ଶେଷରେ ଏକ ରିକ୍ସା ଟ୍ରଲି ଯୋଗାଡ଼ କଲେ।  ଦିନକୁ ୫୦ ଟଙ୍କା ଭଡାରେ ଏକ ରିକ୍ସା ଟ୍ରଲି ଭଡା କରି ପତ୍ନୀଙ୍କୁ ବସାଇ ଗାଁରୁ କଟକ ଅଭିମୁଖେ ବାହାରିଥିଲେ  କବିର।  ଗତକାଲି ସକାଳ ୯ଟାରୁ ବାହାରି ଆଜି ସକାଳେ କଟକରେ ପହଞ୍ଚିଥିଲେ ।

ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ପତ୍ନୀଙ୍କୁ ଭଲ କରିବାକୁ କଟକ ଆଣିଥିବା କହିଛନ୍ତି କବିର। ତେଣିକି ଯାହା ଭଗବାନଙ୍କ ଇଚ୍ଛା ବୋଲି କୋହଭରା କଣ୍ଠରେ କହିଛନ୍ତି।

କଟକ ଓଏମ୍‌ପି ଛକରେ କିଛି ସ୍ୱେଚ୍ଛାସେବୀ ପତିପତ୍ନୀଙ୍କୁ ଦେଖିବା ପରେ ସେମାନଙ୍କ ନିକଟରୁ ଘଟଣା ବୁଝିଥିଲେ। ଏହାପରେ ଏକ ଅଟୋ ଭଡ଼ା କରି ଉଭୟ ପତିପତ୍ନୀଙ୍କୁ  କଟକ ବଡ ମେଡିକାଲ ନେଇତିବା ବେଳେ ସେଠାରେ ସୁକାନ୍ତିଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos