ହାଇୱା ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

ବଣାଇ(ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ରେଲୱେ ଫାଟକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଟ୍ରେନ୍ ଲାଇନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାମ ଅଭିରାମ ମୁଣ୍ଡା ଏବଂ ତାଙ୍କ ଘର ବଣାଇଁ ବନ୍ଧାଭୂଇଁ, ଶାଗପାଲି ଗାଁରେ ବୋଲି ଜଣାଯାଇଛି।

ପେସାରେ ଅଭିରାମ ଜଣେ ହାଇୱା ଚାଳକ । ଗତ ରାତିରେ ସେ ରେଳ ଲାଇନ ପାର ହେଉଥିବା ବେଳେ ଏଭଳି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ଲହୁଣିପଡ଼ା ପୋଲିସ ଏବଂ ଜିଆରପି ପକ୍ଷରୁ ତଦନ୍ତ ଜାରୀ ରହିଛି l  ଏନେଇ ଅଭିରାମଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।