ଥାନା ଛାତରୁ ଡେଇଁ ଯୁବକର ଜୀବନ ଗଲା

ସୁବର୍ଣ୍ଣପୁର (ରଵୀନ୍ଦ୍ର ହୋତା): ଥାନାର ଉପର ମହଲାରୁ ତଳକୁ ଡେଇଁ ପଡ଼ିଲେ ଜଣେ ଯୁବକ। ଯାହାଙ୍କୁ ତହସିଲ ଅଫିସରେ ପାଟିତୁଣ୍ଡ କରିବା ଅଭିଯୋଗରେ ଅଟକ ରଖିଥିଲା ପୁଲିସ। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ଘଟିଛି। ବୀରମହାରାଜପୁର ବ୍ଲକ ଟିଠିପାଲି ଗାଁର ଲିଙ୍ଗ ଅମାତ ଆଜି ତହସିଲ ଅଫିସରେ ପଶି ପାଟିତୁଣ୍ଡ କରୁଥିଲେ। ଏ ସମ୍ପର୍କରେ ତହସିଲ୍‌ ପକ୍ଷରୁ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ତହସିଲ ଅଫିସରେ ପହଞ୍ଚି ଲିଙ୍ଗଙ୍କୁ କାବୁ […]

man-detained-by-cops-seriously-injured-after-he-jumped-from-the-terrace-of-the-police-station

man-detained-by-cops-seriously-injured-after-he-jumped-from-the-terrace-of-the-police-station

Manoranjan Sial
  • Published: Tuesday, 28 May 2019
  • Updated: 28 May 2019, 06:10 PM IST

Sports

Latest News

ସୁବର୍ଣ୍ଣପୁର (ରଵୀନ୍ଦ୍ର ହୋତା): ଥାନାର ଉପର ମହଲାରୁ ତଳକୁ ଡେଇଁ ପଡ଼ିଲେ ଜଣେ ଯୁବକ। ଯାହାଙ୍କୁ ତହସିଲ ଅଫିସରେ ପାଟିତୁଣ୍ଡ କରିବା ଅଭିଯୋଗରେ ଅଟକ ରଖିଥିଲା ପୁଲିସ। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ଘଟିଛି।

ବୀରମହାରାଜପୁର ବ୍ଲକ ଟିଠିପାଲି ଗାଁର ଲିଙ୍ଗ ଅମାତ ଆଜି ତହସିଲ ଅଫିସରେ ପଶି ପାଟିତୁଣ୍ଡ କରୁଥିଲେ। ଏ ସମ୍ପର୍କରେ ତହସିଲ୍‌ ପକ୍ଷରୁ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ତହସିଲ ଅଫିସରେ ପହଞ୍ଚି ଲିଙ୍ଗଙ୍କୁ କାବୁ କରି ଥାନାକୁ ନେଇଥିଲେ। ଥାନାରେ ପହଞ୍ଚିବା ପରେ ସେ ଉପର ମହଲାକୁ ଚଢ଼ିଯାଇ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତହସିଲ ଅଫିସରେ ଳିଙ୍ଗ କଣ ପାଇଁ ପାଟିତୁଣ୍ଡ କରୁଥିଲେ, ତାହା ଜଣାପଡ଼ି ନାହିଁ। ଏନେଇ ଲିଙ୍ଗ କିମ୍ୱା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos