ଏଠି ଜଙ୍ଗଲୀ ହାତୀଙ୍କୁ ଖାଇବାକୁ ଦେବାକୁ ସ୍ୱାଗତ କରେ ମଣିଷ
ଆଠଗଡ଼: ଅନେକ ସମୟରେ ଆମେ ଦେଖିବାକୁ ପାଉ ହାତୀ-ମଣିଷ ଲଢେଇରେ କେତେବେଳେ ମଣିଷ ବଳି ପଡୁଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି। ହାତୀ-ମଣିଷ ଲଢେଇ ଯେମିତି ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଖାଦ୍ୟାଭାବ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି। ହେଲେ କଟକ ଜିଲା ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ବଉଳ ନିକଟରେ ହାତୀ-ମଣିଷ ସମ୍ପର୍କକୁ ନେଇ ଦେଖିବାକୁ ମିଳିଛି କିଛି ନୂଆ ଦୃଶ୍ୟ। ଏଠାରେ ହାତୀଙ୍କୁ ମଣିଷ ଘଉଡାଉ ନାହିଁ କି ହାତୀ ମଣିଷକୁ ଆକ୍ରମଣ କରୁନାହିଁ। ପାଖାପାଖିରେ ଦେଖିବାକୁ ମିଳୁଛି ଉଭୟଙ୍କୁ। ହାତୀ ପଲ ୫୫ ନମ୍ୱର ଜାତୀୟ ରାଜପଥ ପାଖକୁ ଆସୁଛନ୍ତି। ଆଉ ସ୍ଥାନୀୟ ଲୋକେ ସେମାନଙ୍କୁ ସ୍ୱାଗତ କରୁବା ସହ ଆଖୁ ଖାଇବାକୁ ଦେଉଛନ୍ତି।
ମଣିଷ ବଢ଼ାଇ ଦେଉଥିବା ଆଖୁକୁ ଶୁଣ୍ଢ ନେଇ ଆନନ୍ଦରେ ଖାଉଛନ୍ତି ହାତୀ। ଏହାପରେ ବିଦାୟ ନେଇ ପୁଣି ଜଙ୍ଗଲକୁ ଚାଲି ଯାଉଛନ୍ତି। ଏପରି ଘଟଣା ନିତିଦିନ ଦେଖିବାକୁ ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକେ ଗହଳି ଲଗାଇ ହାତୀଙ୍କୁ ଖାଇବାକୁ ଦେଉଥିବା ବେଳେ କେବେ ବି କୌଣସି ଅଘଟଣ ଘଟିନାହିଁ। ସତେ ଯେମିତି ଲାଗୁଛି  ଏଠି ହାତୀ ମଣିଷର ସମ୍ପର୍କ ସଂଘର୍ଷପୂର୍ଣ୍ଣ ନୁହେଁ ବନ୍ଧୁତ୍ୱର।
ରାଜ୍ୟରେ ପ୍ରତିଦିନ କେଉଁଠୁ ନା କେଉଁଠୁ ହାତୀ ମଣିଷ ଲଢ଼େଇ କଥା ଶୁଣିବାକୁ ମିଳୁଛି। କେଉଁଠି ଗାଁରେ ପଶି ହାତୀ ଲୋକଙ୍କୁ ଦଳି ମାରୁଛି ତ କେଉଁଠି ମଣିଷର ଶିକାର ବନଛି ହାତୀ।
Ordigital Desk
• Published: Monday, 18 December 2017
• Updated: 18 December 2017, 09:23 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos