ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହ, ସାଙ୍ଗକୁ ପଥରରେ ଛେଚି ହତ୍ୟା

ଉଦଳା(ମାନସ ପାଣି): ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରୁ ସାଙ୍ଗକୁ ବିଭତ୍ସ ହତ୍ୟା। ଶରତ ଥାନା କାଠଚୁଆ ଗ୍ରାମରେ ଘଟିଛି ଏହି ଘଟଣା। ଘଟଣାଟି ୩ ଦିନ ତଳେ ଅର୍ଥାତ୍ ସୋମବାର ରାତିରେ ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ହତ୍ୟାର ଶିକାର ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ଆନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ଲାଲା ବିରୁଲି ଓ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ରତନା ସାମାଡ଼। ସୂଚନା ମୁତାବକ, ପତ୍ନୀ ସହ ସାଙ୍ଗ ଲାଲାଙ୍କ […]

kill

kill

Niranjan Mishra
  • Published: Thursday, 06 October 2022
  • Updated: 06 October 2022, 07:29 PM IST

Sports

Latest News

ଉଦଳା(ମାନସ ପାଣି): ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହରୁ ସାଙ୍ଗକୁ ବିଭତ୍ସ ହତ୍ୟା। ଶରତ ଥାନା କାଠଚୁଆ ଗ୍ରାମରେ ଘଟିଛି ଏହି ଘଟଣା। ଘଟଣାଟି ୩ ଦିନ ତଳେ ଅର୍ଥାତ୍ ସୋମବାର ରାତିରେ ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ହତ୍ୟାର ଶିକାର ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ଆନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ଲାଲା ବିରୁଲି ଓ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ରତନା ସାମାଡ଼।

ସୂଚନା ମୁତାବକ, ପତ୍ନୀ ସହ ସାଙ୍ଗ ଲାଲାଙ୍କ ଅନୈତିକ ସମ୍ପର୍କ ଗଢ଼ିଉଠିଥିବା ନେଇ ରତନା ସନ୍ଦେହ କରିଥିଲା। ଯାହାକୁ ନେଇ ରତନା ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା। ପରେ କୌଶଳ କରି ଲାଲାଙ୍କୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ। ଏଠାରେ ସେ ଲାଲାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ଡାକି ନେଇ ପ୍ରଥମରେ ଏକ ବାଡ଼ିରେ ବାଡେଇ ଗୁରୁତର କରିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲେ। ଘଟଣାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲେ। ଗତ ମଙ୍ଗଳବାର ଭୋର ସମୟରେ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କହିଛି, ଗତ ମଙ୍ଗଳବାର ଭୋରୁ କାଠଚୁଆ ଗ୍ରାମ ନିକଟ ନଦୀରୁ ଏକ ଶବ ମିଳିଥିଲା। ଯାଞ୍ଚ ପରେ ମୃତ ବ୍ୟକ୍ତିର ପରିଚୟ ଜଣାପଡ଼ିଥିଲା। ସାଇଣ୍ଟିଫିକ୍ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ରତନାଙ୍କୁ ଆଜି ଧରାଯାଇଛି। ପତ୍ନିଙ୍କ ସହ ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ଲାଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୋଷ ସ୍ୱୀକାର କରିଛି। ହତ୍ୟାରେ ବ୍ୟବହୃତ ପଥର ଓ ବାଡ଼ିକୁ ଜବତ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos